ଅଭାବନୀୟ: ପୁଣି ଭାରରେ ବୁହାହେଲେ ପ୍ରସୂତି

ପୁଣି ଭାରରେ ବୁହାହେଲେ ପ୍ରସୂତି

ମାଲକାନଗିରି: ପୁଣି ଭାରରେ ବୁହାହେଲେ ପ୍ରସୂତି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବରୁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ପାଡାଲପୁଟ ଗ୍ରାମରେ। ଏହି ଗ୍ରାମରେ ଦେବକୀ ମୁଦୁଲି(୨୭)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବା ଜରୁରୀ ଥିଲା। କିନ୍ତୁ ସେପରି ଏକ ଦୁର୍ଗମ ଅଞ୍ଚଳକୁ ଗାଡି ଯିବା ଅସମ୍ଭବ ଅଟେ। ସେହି ପାହାଡିଆ ଅଞ୍ଚଳକୁ ଭଲ ରାସ୍ତା ନଥିବାରୁ ପ୍ରସୂତୀଙ୍କୁ ଭାରରେ ବୋହି ବୋହି ତଳକୁ ଆଣିବାକୁ ପଡିଲା। ବାଟରେ ଆସୁଥିବା ସମୟରେ ଦେବକୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଖବର ପାଇ ପାହାଡ଼ ତଳେ ଆସି ୧୦୮ ଆମ୍ବୁଲାନସ ଓ ଆଶା ଦିଦି ଅପେକ୍ଷା କରିଥିଲେ। ତାଙ୍କୁ ସେଠାରୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଗ୍ରାମକୁ ଭଲ ରାସ୍ତା ନଥିବାରୁ ଏପରି ଅସୁବିଧା ବାରମ୍ବାର ହେଉଛି। ତେଣୁ ତୁରନ୍ତ ସେ ଗ୍ରାମକୁ ରାସ୍ତା କାମକରିବାକୁ ଗ୍ରାମବାସୀମାନେ ଦାବି କରୁଛନ୍ତି।

Share Now:

Kalinga News Beuro

Next Post

କୋମାରେ ବାଲିପାଟଣା ଉଦ୍ୟାନ ବିଭାଗ : ଚାଷୀଙ୍କ ପାଖରେ ପହଞ୍ଚୁନି ସହାୟତା

Sat Sep 26 , 2020
ବାଲିପାଟଣା : ଉଦ୍ୟାନ ବିଭାଗ ପକ୍ଷରୁ ମାଳ ମାଳ ଯୋଜନାରେ ଚାଷୀଙ୍କ ପାଇଁ ସହାୟତା ଆସୁଛି। କିନ୍ତୁ ଉପଯୁକ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ସବୁ ସହାୟତା। ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ଉଦାସୀନତା କାରଣରୁ ଏହି ବ୍ଲକର ବହୁ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପାନ ଓ ଛତୁ ଚାଷ ଭଳି ଅର୍ଥକରୀ ଚାଷଠାରୁ ଆରମ୍ଭ କରି ପରିବା ଚାଷ ପର୍ଯ୍ୟନ୍ତ ବହୁ ଲାଭଜନକ ଚାଷ ପାଇଁ […]
ବାଲିପାଟଣା ଉଦ୍ୟାନ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial