ମାଳି ପର୍ବତରେ ଖଣି ଖନନ ପାଇଁ ଶକ୍ତି ପ୍ରଦର୍ଶନ କଲେ ୧୮ ଗ୍ରାମବାସୀ

ମାଳି ପର୍ବତରେ ଖଣି ଖନନ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଥିବା ମାଳି ପର୍ବତରେ ଖଣି ଖନନ ପାଇଁ ଆଜି ୪ଖଣ୍ଡ ପଞ୍ଚାୟତର ୧୮ଖଣ୍ଡ ଗ୍ରାମବାସୀ କୋରାପୁଟ ସହରରେ ଏକ ବିଶାଳ ରାଲି କରିଥିଲେ। ମହିଳା କଲେଜ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ ହଜାର ଅଞ୍ଚଳବାସୀ ହାତରେ ପ୍ଲାଗ କାର୍ଡ ଧରି ତୁରନ୍ତ ସେ ଅଞ୍ଚଳରେ ଖଣି ଖନନ କରାଯାଉ ଏବଂ ଖୁବଶୀଘ୍ର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ କରାଯାଉ ବୋଲି ଦାବି କରିଥିଲେ। ମାଳି ପର୍ବତରେ ଖଣି ଖନନ ହେଲେ ଅଞ୍ଚଳର ବିକାଶ ସହ ଯୁବପିଢିଙ୍କୁ କାମଧନ୍ଦା ମିଳିପାରିବ ବୋଲି ଦାବି କରିଛନ୍ତି। ଅଞ୍ଚଳର ପାରିପାଶ୍ୱିକ ଓ ସାମୁହିକ ବିକାଶ ପାଇଁ ମାଳି ପର୍ବତର ଖଣି ଖନନ ଜରୁରୀ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଗତ ୨୨ ତାରିଖରେ ମାଳି ପର୍ବତକୁ ନେଇ ହୋଇଥିବା ଜନଶୁଣାଣୀରେ ୧୮ଖଣ୍ଡ ଗ୍ରାମବାସୀ ଶାନ୍ତିଶୃଙ୍ଖଳାର ସହ ଯୋଗ ଦେଇଥିଲେ। କିନ୍ତୁ କିଛି ଅସାମାଜିକ ଲୋକ ଜନଶୁଣାଣୀ ଆରମ୍ଭ ହେବାର କିଛି ସମୟ ଭିତରେ ଠେଙ୍ଗା, ବର୍ଚ୍ଚା, ଭୁଜାଲି, ଟାଙ୍ଗିଆ ଭଳି ମାରଣାସ୍ତ୍ର ଧରି ଧସେଇ ପସି ଆକ୍ରମଣ କରିଥିଲେ। ତେଣୁ ଜୀବନ ବିକଳରେ ଆମେ ସମସ୍ତେ ଜାଗା ଛାଡିବାକୁ ବାଧ୍ୟ ହେଲୁ। ତେଣୁ ଆମ ଅଞ୍ଚଳର ବିକାଶ, ବେକାର ଯୁବକଯୁବତୀ ମାନଙ୍କ ନିଯୁକ୍ତି, ରାସ୍ତା ଘାଟ, ବିଜୁଳି ଓ ସ୍ୱାସ୍ଥ୍ୟର ଉନ୍ନତି ସକାଶେ ମାଳି ପର୍ବତରେ ଖଣି ଖନନ କରାଯାଉ। ତୁରନ୍ତ ଆତଙ୍କରାଜକୁ ନ ଡରି କିଛି ଅସାମାଜିକ ଲୋକଙ୍କୁ ଅଞ୍ଚଳରୁ ବାହାର କରି ପୁନର୍ବାର ଖଣି ଖନନ ପାଇଁ ସରକାର ଦୃଷ୍ଟି ଦିଅନ୍ତୁ। ସମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ପରିବେଶ ପାଇଁ ଜନଶୁଣାଣୀ କରି ଅଞ୍ଚଳର ବିକାଶ ପାଇଁ ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଦାବିପତ୍ର ଗ୍ରହଣ କରିଥିବା ଜଣାପଡିଛି।

Share Now:

Kalinga News Beuro

Next Post

ମିଳିଲା ମହନ୍ତ ନରେନ୍ଦ୍ର ଗିରିଙ୍କ ଗାଁ ଠିକଣା: ୫୨ ବର୍ଷ ତଳେ ଛାଡ଼ିଥିଲେ ପାଣିଷଣ୍ଡା ଘର

Fri Oct 1 , 2021
ଭୋଗରାଇ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ତଥା ଉତ୍ତର ପ୍ରଦେଶ ପ୍ରୟାଗରାଜ ଠାରେ ଥିବା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ଅସ୍ବାଭାବିକ ମୃତ୍ୟୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଉତ୍ତର ପ୍ରଦେଶ ପୁଲିସ ଓ ସିବିଆଇ ମୃତ୍ୟୁର ରହସ୍ୟ ଉନ୍ମୋଚନରେ ଲାଗିଥିବା ବେଳେ ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ନରେନ୍ଦ୍ର ଗିରିଙ୍କ ଘର ବାଲେଶ୍ବର […]
ମହନ୍ତ ନରେନ୍ଦ୍ର ଗିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial