ବିଏମସି ପକ୍ଷରୁ କଟକଣା: ପଣାସଂକ୍ରାନ୍ତିରେ ଲୋକଙ୍କୁ ମନ୍ଦିର ମନା

ବିଏମ୍‌ସି

ଭୁବନେଶ୍ବର: ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଲଗାଯାଇଛି। ବିଏମସି କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ବାରଣ କରାଯାଇଛି। କେବଳ ପୂଜକମାନେ ପୂଜାର୍ଚ୍ଚନା କରିପାରିବେ। କିନ୍ତୁ ମନ୍ଦିରରେ ପଣା ପିଇବାକୁ ବାରଣ କରାଯାଇଛି। ଠିକ୍ ସେହିପରି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପଣାସଂକ୍ରାନ୍ତି ପାଳନକୁ ମନା କରାଯାଇଛି ବୋଲି ବିଏମସି କମିସନର୍ କହିଛନ୍ତି। ଅପରପକ୍ଷରେ ରମଜାନ ଲାଗି ବି ଆଜି ସନ୍ଧ୍ୟାରେ ବା ଆସନ୍ତାକାଲି କଟକଣା ଲାଗୁ କରାଯିବା ନେଇ ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୨୨୬୭ କରୋନା ଆକ୍ରାନ୍ତ

Wed Apr 14 , 2021
ସୁନ୍ଦରଗଡରୁ ସର୍ବାଧିକ ୪୫ ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୁଇ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪୫୮ ସଂକ୍ରମିତ […]
୨୦୦୦ ଅତିକ୍ରମ କଲା ଦୈନିକ ସଂକ୍ରମଣ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial