ଗୁଜୁରାଟ ହସ୍ପିଟାଲରେ ନିଆଁ: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ

ଗୁଜୁରାଟ ହସ୍ପିଟାଲରେ ନିଆଁ

ସୁରଟ: ପୁଣି କୋଭିଡ ହସ୍ପିଟାଲରେ ନିଆଁ। ଗୁଜୁରାଟର ସୁରଟରେ ଥିବା ଏକ କୋଭିଡ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଆଇସିୟୁରେ ଥିବା ସମସ୍ତ ୧୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧.୪୦ ସମୟରେ ସୁରଟର ଷ୍ଟେସନ ରୋଡରେ ଥିବା କୋଠାର ପଞ୍ଚମ ମହଲାରେ ଅବସ୍ଥିତ ଆୟୁଷ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୬ରୋଗୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବିଭାଗ ଟିମ୍ ୧୧ଜଣ ରୋଗୀଙ୍କୁ ଉଦ୍ଧାର କରିଥିଲେ ଏବଂ ଅବଶିଷ୍ଟ ପାଞ୍ଚ ଜଣଙ୍କୁ ଅଗ୍ନିଶମ ଦଳ ପହଞ୍ଚିବା ପୂର୍ବରୁ ଡାକ୍ତରଖାନା କର୍ମଚାରୀମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ବୋଲି ଡାକ୍ତରଖାନର କର୍ତ୍ତୃପକ୍ଷ କହିଛନ୍ତି। ସର୍ଟ ସର୍କିଟ କିମ୍ବା ଓଭରଲୋଡିଂ ହେତୁ ଏୟାର କଣ୍ଡିସନରରେ ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ୧୧ଜଣ ରୋଗୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଏସଏମଆଇଏମଇଆର ଡାକ୍ତରଖାନା, ୪ଜଣଙ୍କୁ ସଞ୍ଜୀବନୀ ଡାକ୍ତରଖାନା ଏବଂ ଅବଶିଷ୍ଟ ଦୁଇଜଣଙ୍କୁ ଆୟୁଷ ହସ୍ପିଟାଲର ଅନ୍ୟ ମହଲାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନର କର୍ତ୍ତୃପକ୍ଷ କହିଛନ୍ତି।

Share Now:

Kalinga News Beuro

Next Post

ଆଜିଠୁ ଏମ୍‌ସ ଓପିଡି ବନ୍ଦ: ବଢ଼ିଲା ଅଣକୋଭିଡଙ୍କ ଦୁର୍ଦ୍ଦଶା

Mon Apr 26 , 2021
କୋଭିଡ୍‌ ଶଯ୍ୟା ୧୭୦କୁ ବୃଦ୍ଧି, ଅକ୍ସିଜେନ ନଷ୍ଟ ନକରିବାକୁ ଚିଠି ଭୁବନେଶ୍ବର: ସୋମବାରଠାରୁ ବନ୍ଦ ହେବ ଏମ୍‌ସ ଓପିଡି। ଏଥିସହିତ ବଢ଼ିବ ଅଣକୋଭିଡ୍‌ଙ୍କ ଦୁର୍ଦ୍ଦଶା। କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ ଶଯ୍ୟା ସଂଖ୍ୟା ୧୭୦କୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ୨୦ଶଯ୍ୟାର ଆଇସିୟୁ ସମାନ ସଂଖ୍ୟକ ଭେଣ୍ଟିଲେଟର୍‌ ରହିଛି। ଅନ୍ୟ ଦିଗରେ ଦ୍ବିତୀୟ ଲହରରେ କୋଭିଡ୍‌ ଯୋଗୁଁ ଡାକ୍ତରଖାନାର ସମୁଦାୟ ୫୦ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ିଛି। କର୍କଟ, […]
ଆଜିଠୁ ଏମ୍‌ସ ଓପିଡି ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial