ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ: ନର୍ସିଂ ହଷ୍ଟେଲରେ ଖୋଲାଯିବ ସିସିସି,ରହିବ ଅକ୍ସିଜେନ୍‌ ବ୍ୟବସ୍ଥା

ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ

କଟକ: କରୋନା ମୁକାବିଲା ପାଇଁ ଏସ୍‌ସିବିରୁ ୧୫୦ଜଣ ପିଜି, ହାଉସ୍‌ସର୍ଜନ୍‌ ଡାକ୍ତରଙ୍କୁ ୧୦ଟି ଜିଲ୍ଲାକୁ ପଠାଯାଇଛି। ସେମାନଙ୍କୁ ରାୟଗଡ଼ା, ମାଲକାନଗିରି, ସୋନପୁର, କୋରାପୁଟ ଭଳି ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଏସ୍‌ସିବିରୁ ଅନ୍ୟ ଜିଲ୍ଲାକୁ ଡାକ୍ତର ପଠାଇ ଦିଆଯାଇଥିବାରୁ ଏସ୍‌ସିବିରେ ଆଗକୁ ଯେଉଁ ୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଓ ନର୍ସିଂ ‌ହ‌ଷ୍ଟେଲରେ ଖୋଲାଯିବାକୁ ଥିବା ସିସିସି ଖୋଲାଗଲେ ଡାକ୍ତର ସମସ୍ୟା ବି ଦେଖା ଦେଇପାରେ ବୋଲି ଆଲୋଚନା କରାଯାଉଛି। ଖୁବ୍‌ ଶୀଘ୍ର ଏସ୍‌ସିବି ପରିସରରେ ଥିବା ନର୍ସିଂ ହଷ୍ଟେଲରେ ସିସିସି ଖୋଲାଯିବା ସହ ୨ଶହରୁ ଅଧିକ ବେଡ୍‌ର ବ୍ୟବସ୍ଥା କରାଯିବ ଓ ପ୍ରତି ବେଡ୍‌ରେ ଅକ୍ସିଜେନ ରଖାଯିବାର ଯୋଜନା କରାଯାଇଛି।

Share Now:

Kalinga News Beuro

Next Post

ହୋଲସେଲ ମାର୍କେଟରେ ଯୋଗାଣ ବିଭାଗ: ଆରଏମସିର ଚଢ଼ଉ

Thu May 6 , 2021
ରାଉରକେଲା : ପ୍ଲାଣ୍ଟସାଇଟ ରୋଡ଼ରେ ଥିବା୍ ରାସନ ସାମଗ୍ରୀର ହୋଲସେଲ ମାର୍କେଟ ଉପରେ ଯୋଗାଣ ବିଭାଗ ଏବଂ ରାଉରକେଲା ମହାନଗର ନିଗମ (ଆରଏମସି ) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଅନାବଶ୍ୟକୀୟ ଭାବେ ବିଭିନ୍ନ ସାମଗ୍ରୀ ଗଛିତ ରଖି ଖୁଚୁରା ବଜ଼ାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଗଛିତ ରଖିଥିବା ସାମଗ୍ରୀର ପରିମାଣ ସୂଚନା ବୋର୍ଡ […]
ହୋଲସେଲ ମାର୍କେଟରେ ଯୋଗାଣ ବିଭାଗର ଚଢ଼ଉ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial