ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଡୋଜ୍ ଟିକା

ଅଗଷ୍ଟରୁ ଦୂର ହେବ ଦେଶର ଟିକା ଅଭାବ

ଅଗଷ୍ଟରୁ ଦୂର ହେବ ଦେଶର ଟିକା ଅଭାବ


ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ। ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯ଼େ ଆସନ୍ତା ଡିସେମ୍ବର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରାୟ ୭୫ କୋଟି ଡୋଜ୍ କୋଭିସିଲଡ ଟିକା ଯ଼ୋଗାଇବ। ସେହିପରି ଭାରତ ବାୟୋଟେକ ୫୫ କୋଟି ଟିକା ଯ଼ୋଗାଇବ। ସେହିପରି ଏବେ ୩ୟ ପର୍ୟ଼୍ୟାୟ ପରୀକ୍ଷଣ ସ୍ତରରେ ଥିବା ଟିକା ବାୟୟୋ ଇ ଓ କାର୍ଡିଲାର ଜାଇକୋଭ ଡି ଟିକା ଯ଼ଥାକ୍ରମେ ୩୦ କୋଟି ଓ ୫ କୋଟି ଟିକା ଉପଲବ୍ଧ ହେବ। ସିରମର ୨୦ କୋଟି ଡୋଜ୍ ନୋଭାଭାକ୍ସ ଟିକା ଓ ଭାରତ ବାୟୋଟେକର ୧୦ କୋଟି ନାଜାଲ ଭାକ୍ସିନ (ନାକରେ ପକାଯ଼ାଉଥିବା ଟିକା), ଜୋନାଭାର ୬ କୋଟି ଡୋଜ୍ ଟିକା ଓ ୧୫ କୋଟି ସ୍ପୁଟନିକ ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସମଗ୍ର ବିଶ୍ବରେ ଯ଼େତେ ପରିମାଣର ଟିକା ଦିଆଯ଼ାଇଛି ତାହାର ୧୩ ପ୍ରତିଶତ ଟିକା ଭାରତରେ ଦିଆଯ଼ାଇଛି। ଭାରତରେ ଏପର୍ୟ଼୍ୟନ୍ତ ପ୍ରାୟ ୧୭.୭୨ କୋଟି ଟିକା ଦିଆଯ଼ାଇଛି ବୋଲି ଡ. ପଲ କହିଛନ୍ତି। ଦେଶରେ ଗତ କିଛି ସପ୍ତାହ ମଧ୍ୟରେ ୧୮୭ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ନିୟମିତଭାବେ କମୁଥିବା ଲକ୍ଷ୍ୟ କରାଯ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି।

Share Now:

Kalinga News Beuro

Next Post

ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

Thu May 13 , 2021
ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଗଡ଼-ଖୋର୍ଦ୍ଧାରେ ଥିବା ଚାରିଶହ ପଚାଶ ବର୍ଷରୁ ଅଧିକ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗତ ୯ ତାରିଖ ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗିଥିବା ଦେଖିଥିଲେ। ଏହାପରେ ମନ୍ଦିର ଭିତରକୁ ଯାଇ ଅନ୍ୟ ସାମଗ୍ରୀ ଯାଞ୍ଚ କରିବା ବେଳେ ମନ୍ଦିର ହୁଣ୍ଡି […]
ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial