ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୬୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭୬ରେ ପହଞ୍ଚିଛି। କରୋନାରେ ସଂକ୍ରମିତ ହୋଇ ୩୪୩ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସେହିପରି ଭୁବନେଶ୍ବରରେ ଏବେ ବି ୧୦୯୮୮ଟି ସକ୍ରିୟ କରୋନା ମାମଲା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୧୦୨ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୬୬୩୨୪ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ବଣ୍ଡା ଘାଟିରେ ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ

Wed Jun 2 , 2021
ଖଇରପୁଟ : କରୋନା ମହାମାରୀ ସମୟରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମୁଦୁଲିପଡ଼ା ଓ ପୁରୁଣା ଗୁମ୍ମା ଅଞ୍ଚଳ ଗସ୍ତ କରିଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ବର୍ତ୍ତମାନ ସମୟରେ କରୋନା ପ୍ରକୋପରେ ସମସ୍ତେ ପୀଡିତ। ଆଦିମ ଅଧିବାସୀ ବୋଲାଉଥିବା ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏଥିରୁ ବଡ଼ ପଡି ନାହାନ୍ତି। ବଣ୍ଡା ଘାଟିରେ କରୋନା ସଂକ୍ରମଣ ଖବର ପାଇବା ପରେ […]
ବଣ୍ଡା ଘାଟିରେ ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ-1 (2)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial