ରାଜଧାନୀରେ ନିଶା ଔଷଧ କାରବାର : ୧୪୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

ରାଜଧାନୀରେ ନିଶା ଔଷଧ କାରବାର-1

ଛାତ୍ର, ଯୁବକଙ୍କୁ ବିକ୍ରି କରିବାର ଯୋଜନା ଥିଲା

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବ୍ୟାପକ ଚଢ଼ଉ ଚାଲିଥିବାବେଳେ ରାଜଧାନୀରେ ବି ନିଶା ଔଷଧ ବିକ୍ରି ହେଉଥିବା ଜଣାପଡ଼ିଛି। ନିଶା ପାଇଁ ଛାତ୍ର, ଯୁବକଙ୍କୁ କଫ୍ ସିରପ ବିକ୍ରି କରିବାକୁ ଯାଉଥିବା ବେଳେ ବଡ଼ଗଡ଼ କେନାଲ ରୋଡରୁ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଜଣ ହେଲେ ଲକ୍ଷ୍ମୀସାଗର ଫେଜ୍-୨ରେ ରହୁଥିବା ଦୁର୍ଗାଦତ୍ତ ଜୟସିଂ ଓ ବଡ଼ଗଡ଼ ବ୍ରିଟ କଲୋନୀ ପାଣିଟାଙ୍କି ପରିସରରେ ରହୁଥିବା ଜ୍ଞାନରଞ୍ଜନ ପଟ୍ଟନାୟକ।ସେମାନଙ୍କ ନିକଟରୁ ଗୋଟିଏ ପେଟି କଫ ସିରପ୍ ଜବତ କରାଯାଇଛି। ଏହି ପେଟିରେ ୧୪୦ ବୋତଲ କଫ୍ ସିରପ୍ ରହିଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ସ୍କୁଟି ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ।
ପୁଲିସ ସୂଚନା ଅନୁସାରେ, ଜବତ କରାଯାଇଥିବା କଫସିରପ୍ ନାଁ ଏସକଫ୍। ଏଥିରେ କୋଡେନ୍ ଫସଫେଟ୍ ନାମରେ ନିଶାଯୁକ୍ତ କେମିକାଲ ରହିଛି। ତେଣୁ ଅଧିକ ନିଶା ହେବା ଲାଗି ଯୁବବର୍ଗ ଗୋପନରେ ଏହି କଫ୍‌ ସିରପ୍ କିଣି ପିଉଛନ୍ତି। ପୂର୍ବରୁ ମଧ୍ୟ ଏହି ଦୁଇ ଅଭିଯୁକ୍ତ ରାଜଧାନୀରେ ଏହି ନିଶା ଔଷଧ କାରବାର କରୁଥିବା ସନ୍ଦେହ କରାଯାଉଛି। ବଡ଼ଗଡ଼ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Share Now:

Kalinga News Beuro

Next Post

ରାଜ୍ୟରେ ୪୩୩୯ ନୂଆ କରୋନା ଆକ୍ରାନ୍ତ

Mon Jun 14 , 2021
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ […]
ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial