ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ : ୨ ହତ୍ୟାକାରୀ ଗିରଫ

ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ

ନୂଆପଡା: ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲୁହାଛଡ଼ ଏବଂ କୁରାଢ଼ୀରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ ବାଡେଇ ପିଟିପିଟି ହତ୍ୟା କରିଥିଲେ। ଏହି ସମୟରେ ଅଭିମନ୍ୟୁଙ୍କ ସ୍ତ୍ରୀ ମାଳତୀ ବୈଠାରୁଙ୍କୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ମାଳତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ର କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ।
ଉକ୍ତ ଘଟଣାରେ ସରୋଜ ନିଆଲ ଏବଂ ରାମ ନିଆଲଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖି ଜେରା କରିଥିଲେ। ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା, ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କାର ଦୁର୍ଘଟଣାରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

Tue Sep 21 , 2021
ଭାରସାମ୍ୟ ହରାଇ ଗଭୀର ପାଣିକୁ ଖସି ପଡ଼ିଲା କାର ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଈଶ୍ବରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାର ଥିଲା। […]
ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial