ରାଜଧାନୀରେ ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା

ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା

ଭୁବନେଶ୍ୱର : ଏଣିକି ଟ୍ରାଫିକ୍‌ ଛକର ବାମ ପାର୍ଶ୍ବରେ କେହି ଗାଡ଼ି ରଖିପାରିବେ ନାହିଁ। ଜରୁରୀକାଳୀନ ଗାଡ଼ି ଅର୍ଥାତ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିଆଇପି କାର୍‌କେଡ୍ ଗସ୍ତ ପାଇଁ ରାସ୍ତା ଫାଙ୍କା ରହିବ। ନିୟମ ଉ‌ଲ୍ଲଙ୍ଘନ କଲେ ଗାଡ଼ି ଚାଳକଙ୍କୁ ୫ଶହରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ। ଟ୍ରାଫିକ୍ ଡିସିପି ଏସ୍‌. ସୁଶ୍ରୀ ଶୁକ୍ରବାର ଦିନ ଭୁବନେଶ୍ବରର ପ୍ରମୁଖ ଟ୍ରାଫିକ୍ ଛକଗୁଡ଼ିକ ବୁଲି ଅନୁଧ୍ୟାନ କରିବା ସହ ଗାଡ଼ି ଚାଳକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ସେ ଶୁକ୍ରବାର ଦିନ ଦିନ ପ୍ରାୟ ୧୧ଟାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଛକ ବୁଲିବା ସହିତ ସେଠାରେ ବାମ ପାର୍ଶ୍ବରେ ଆସି ରାସ୍ତା ଜାମ୍ କରୁଥିବା ଗାଡ଼ିଗୁଡ଼ିକୁ ହଟାଇଥିଲେ। ପରେ ଏଜି ଛକ, କିଟ୍ ଓ ନାଲ୍‌କୋ ଛକ ବୁଲି ବାମ ପାର୍ଶ୍ବ‌ରେ ଗାଡ଼ି ନ ରଖିବାକୁ ସଚେତନ କରାଇଥିଲେ।

Share Now:

Kalinga News Beuro

Next Post

କରୋନା ପ୍ରିକସନ ଡୋଜ ପାଇଁ ଖୋଲିଲା ସ୍ଲଟ

Sun Jan 9 , 2022
କାଲିଠାରୁ କୋୱିନ ଆପରେ କରିପାରିବେ ପଞ୍ଜିକରଣ ଭୁବନେଶ୍ବର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି। ଆସନ୍ତା କାଲିଠାରୁ କୋ-ୱିନ ଆପରେ ପଞ୍ଜିକରଣ କରିହେବ। କାଲିଠୁ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ […]
ଓମିକ୍ରନ ଏକ୍ସଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial