ଦିଲ୍ଲୀରେ କଡ଼ା ହେଲା କଟକଣା : ବନ୍ଦ ହେଲା ଘରୋଇ କାର୍ଯ୍ୟାଳୟ

ଦିଲ୍ଲୀରେ କଡ଼ା ହେଲା କଟକଣା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର। ଆଜିଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ, ସମସ୍ତ ରେସ୍ତୋରାଁ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ ଏବଂ ଅନଲାଇନ ବିତରଣକୁ ଅନୁମତି ଦିଆଯିବ। ପୂର୍ବରୁ ୫୦% କର୍ମଚାରୀଙ୍କ ସହ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସମସ୍ତ କର୍ମଚାରୀ ଘରେ ରହି କାମ କରିବେ। ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀ ହିଁ କେବଳ ଅଫିସ ଆସିପାରିବେ। ଗତକାଲି କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଦିଲ୍ଲୀରେ ବାର୍ ଓ ରେସ୍ତୋରାଁରେ ବସିବା ଉପରେ କଟକଣା ଲଗାଇଥିଲେ ସରକାର। ଦିଲ୍ଲୀରେ ଥିବା କୌଣସି ବାର୍ ବା ରେସ୍ତୋରାଁରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ‌ଘରକୁ ପାର୍ସଲ ନେବାକୁ ଅନୁମତି ଦିଆଯାଇଥିଲା। ଏହା ସହ ଲୋକେ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ ବୋଲି କୁହାଯାଇଥିଲା। ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୨୨,୭୫୧ଜଣ କରୋନା ଆକ୍ରାନ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାପୂର୍ବରୁ ଦିଲ୍ଲୀରେ ୟେଲୋ ଆଲର୍ଟ ସହିତ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି। ହେଲେ କଟକଣା ସତ୍ତ୍ୱେ ମଧ୍ୟ ସଂକ୍ରମଣ କମ ହେଉନଥିବାରୁ ସରକାର ଗୋଟେ ପରେ ଗୋଟେ କଟକଣା ଲଗାଇବାରେ ଲାଗିଛନ୍ତି।

Share Now:

Kalinga News Beuro

Next Post

ପଞ୍ଚାୟତ ନିର୍ବାଚନ ଲାଗି କି କି କଟକଣା ?

Tue Jan 11 , 2022
ଭୁବନେଶ୍ୱର: ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ। କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ। ବିନା ରାଲି ଓ ବିନା ରୋଡ୍ ସୋ’ରେ ହେବ ପଞ୍ଚାୟତ ନିର୍ବାଚନ। କୌଣସି ରାଲିକୁ ଅନୁମତି ମିଳିବ ନାହିଁ। ନିର୍ବାଚନୀ ସଭା ମଧ୍ୟ କରି ହେବ ନାହିଁ। ଭର୍ଚୁଆଲ ଓ […]
ପଞ୍ଚାୟତ ନିର୍ବାଚନ ଲାଗି କି କି କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial