୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ : ଭାରତ ଆଗରେ ୧୯୦ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ

ଆଣ୍ଟିଗୁଆ : ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ବକପର ଫାଇନାଲରେ ଇଂଲଣ୍ଡ ଭାରତ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୫ତମ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜେମ୍ସ ରିଉଙ୍କୁ ଛାଡ଼ିଦେଲେ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ମୁକାବିଲା କରିପାରିନଥିଲେ। ରିଉ ୯୫ ରନ କରି ଆଉଟ ହୋଇଥିଲେ। ନିମ୍ନଭାଗ ବ୍ୟାଟ୍ସମ୍ୟାନ ଜେମ୍ସ ସେଲସ ୩୪ ରନ କରି ତାଙ୍କୁ ସହଯୋଗ କରିଥିଲେ। ସେହିପରି ଓପନର ଜର୍ଜ ଥମାସ ୨୭ ରନ କରିଥିଲେ। ଭାରତ ପକ୍ଷରୁ ରାଜ ବାଓ୍ବା ୫ଟି ଓ ରବି କୁମାର ୪ଟି ଓ୍ବିକେଟ ନେଇଥିଲେ। କୌଶଲ ତାମ୍ବେ ଗୋଟିଏ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ : ଆବର୍ଜନାରେ ବୁଡ଼ିଗଲା ୨୦ ଲକ୍ଷ

Sat Feb 5 , 2022
ଭୁବନେଶ୍ବର : ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପୋଖରୀର ପୁନରୁଦ୍ଧାର କରାଗଲା। ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୋଖରୀର ଚେହେରା ବଦଳିଗଲା। କିନ୍ତୁ ବେଶି ଦିନ ରହିଲା ନାହିଁ ପୋଖରୀର ନୂଆ ରଙ୍ଗ ଓ ରୂପ। ମାତ୍ର ୫ ବର୍ଷ ଭିତରେ ପୋଖରୀ ପୁଣି ନର୍ଦ୍ଦମା କୁଣ୍ଡରେ ପରିଣତ ହୋଇଗଲା। ସ୍ଥାନୀୟ ଲୋକେ ଘରର ଆବର୍ଜନା ପକାଇବାରୁ ପୋଖରୀର ଅବସ୍ଥା ବଡ଼ କଦର୍ଯ୍ୟ ହୋଇଗଲା। […]
ପୋଖରୀ ପାଲଟିଛି ନର୍ଦ୍ଦମା କୁଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial