ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା

ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର: ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନାହିଁ। ଆଉ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା। ଟ୍ୱିଟ କରି ଅପରାଜିତା ଲେଖିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ମୋତେ କରାଯାଇନାହିଁ। ମୁଁ ବି ଯୋଗ ଦେବାକୁ ଚାଁହୁଥିଲେ ବି ମୋତେ ଡକାଯାଇନାହିଁ। ମୋର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ସୂଚନା ଥାଉ କି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମନ୍ତ୍ରୀ ପଦ୍ମନାଭ ବେହେରା, ସମୀର ରଞ୍ଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ବିଏମସି କମିଶନରଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ତେବେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରିବାରେ କେଉଁଠି ଅସୁବିଧା ରହିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାକୁ ନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯେ ମୁଁ ଜାଣିନାହିଁ ଆୟୋଜକମାନଙ୍କୁ ପଚାରନ୍ତୁ। ସେହିପରି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ମୋତେ ଡକାଯାଇନାହିଁ ,କିନ୍ତୁ ମୁଁ ଆସିଛି। ଲୋକ ପ୍ରତିନିଧିମାନଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି। ଡକା ହେଉ କି ନ ହେଉ, ନିଜେ ଆସିବା କଥା।

Share Now:

Kalinga News Beuro

Next Post

ବାଇକ୍‌ବାଲାଙ୍କୁ ଜରିମାନା : ବସ୍, ଅଟୋଙ୍କୁ ମାଫ୍

Wed Apr 13 , 2022
ଗୁରୁତର ଟ୍ରାଫିକ୍‌ ସମସ୍ୟା,ପୁଲିସ କିନ୍ତୁ ଆଶ୍ଚର୍ଯ୍ୟଜନକ ଚୁପ୍ କଟକ: କମିସନରେଟ୍ ପୁଲିସ ଅମାନିଆ ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ଆଦାୟ କରିବାରେ ଯେତିକି ବ୍ୟସ୍ତ ରହୁଛି ସେତିକି ମାତ୍ରାରେ ବେଆଇନ ପାର୍କିଂ, ନିୟମ ନ ମାନି ଯେଉଁଠି ସେଠି ଅଟକୁ ଥିବା ବସ୍, ଅଟୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତା’ର କାଣିଚାଏ ବି ଗୁରୁତ୍ବ ଦେଉନାହିଁ। ବାଇକ୍ ଚାଳକଙ୍କୁ ଗୋଡ଼ାଇ ଜରିମାନା ଆଦାୟ ଓ ଫଟୋ ଉଠାଯାଉଥିବା ବେଳେ […]
ବାଇକ୍‌ବାଲାଙ୍କୁ ଜରିମାନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial