ରାଜଧାନୀରେ ପୁଣି ଡବଲ ମର୍ଡର : ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି ଦିନ ତଳୁ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା। ଆଜି ସକାଳେ ଘର ଭିତରୁ ପଚା ଗନ୍ଧ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ସେମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସ୍ତ୍ରୀ ଓ ଶାଳୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଣେ, ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଘଟଣା ପଛରେ ପାରିବାରିକ କଳହ ଥିବା କୁହାଯାଉଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଗୁରୁବାର ଦିନ ଅପରାହ୍ନରେ ହତ୍ୟା କରି ସାରା ଅଞ୍ଚଳରେ ଘୁରି ବୁଲୁଥିଲା ବିଜୟ ସେଠୀ। ପ୍ରତିଦିନ ମୃତ ଶରୀରର ଅବସ୍ଥା ହେଖିବାକୁ ଆସେ ଓ ମୃତ ଶରୀରର ଦେଖି ପଳାଏ। ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଫୋନ୍ ଉଠାଉ ନଥିଲା। ଅଭିଯୁକ୍ତ ବିଜୟ କେତନ ସେଠୀ ସହ ନିଶ୍ଚିନ୍ତକୋଇଲି ଅଞ୍ଚଳର ଗାୟତ୍ରୀ ସେଠୀକୁ ୨୦୧୧ରେ ବାହା ହୋଇଥିଲା। ଦୁହେଁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ। ଗାୟତ୍ରୀର ସାନ ଭଉଣୀ ସରସ୍ବତୀ ସେଠୀ ଅନେକ ସମୟରେ ପାଖରେ ରହୁଥିଲେ। ସରସ୍ବତୀ ସେଠି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାମ କରେ। ୩ଦିନ ହେବ ଉଭୟଙ୍କର ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକ ବିଜୟକେତନ ସେଠୀକୁ ଯୋଗାଯୋଗ କଲେ। ବିଜୟ ଧରା ଛୁଆଁ ନଦେବାରୁ ସନ୍ଦେହ ହୋଇଥିଲା। ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ ଆଜି ଭୋରୁ ଅଭିଯୁକ୍ତ ବିଜୟକୁ ଧରିଥିଲା ପୁଲିସ। ଏଣେ ସ୍ତ୍ରୀ ଆଉ ଶାଳୀ ମୋତେ ନିର୍ଯାତନା ଦେଉଥିଲେ। ସେଥିପାଇଁ ଦୁଇଜଣଙ୍କୁ ମାରିଦେଲି ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ।

Share Now:

Kalinga News Beuro

Next Post

୪୪ ଡିଗ୍ରି ସହ ବଲାଙ୍ଗୀର ଉତ୍ତପ୍ତ ସହର : ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Mon Apr 25 , 2022
ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ମୁଣ୍ଡ ଫଟା ଖରା ଆରମ୍ଭ ହୋଇଯାଉଛି। ପୂର୍ବ ଓଡ଼ିଶାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରଭାବ ରହୁଥିବା ବେଳେ ଆଗ୍ୟନ୍ତର ଓଡ଼ିଶାରେ ଅପରାହ୍ନ ସାଢ଼େ ୫ଟା ପରେ ଯାଇ ଘରୁ ବାହାରିବା ସହଜ ହେଉଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ୪୪ ଡ଼ିଗ୍ରି ତାତି ସହ ବଲାଙ୍ଗୀର ରାଜ୍ୟର […]
ବଲାଙ୍ଗୀର ଉତ୍ତପ୍ତ ସହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial