ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ : କେତେକ ସହରରେ ପଥର ମାଡ଼

ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ନମାଜ ପରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। ଏହାକୁ ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲହୁବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ମୁସଲିମ ସଂପ୍ରଦାୟର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ। କେତେକ ସ୍ଥାନରେ ପଥର ମାଡ଼ ମଧ୍ୟ ହୋଇଥିଲା। ବିକ୍ଷୋଭକାରୀମାନେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଗିରଫ ଦାବି କରୁଛନ୍ତି। ରାଞ୍ଚିରେ ସ୍ଥିତି ହିଂସାତ୍ମକ ହେବା ପରେ ପୁଲିସ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଇରାନ,କାତାର, ସାଉଦି ଆରବ, ଇଣ୍ଡୋନେସିଆ, ୟୁଏଇ ସମେତ ବିଶ୍ବର ଅଧିକାଂଶ ମୁସଲିମ ଦେଶ ଏହାକୁ ନିନ୍ଦା କରିଛନ୍ତି। ଏହା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା।

Share Now:

Kalinga News Beuro

Next Post

ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

Fri Jun 10 , 2022
ଭୁବନେଶ୍ବର: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି ପହଞ୍ଚିଛନ୍ତି। ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଉଭୟ ଟିମକୁ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ’ ଫେୟାରକୁ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ ଓ ଷ୍ଟାଡିୟମ ଯାଏଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି […]
ଭୁବନେଶ୍ବରରେ ପହଞ୍ଚିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial