ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା : ବୈଷ୍ଣବ

ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା

ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଗ୍ରାହକମାନେ ଅପେକ୍ଷାକୃତ ଶସ୍ତାରେ ୫-ଜି ସେବା ପାଇପାରିବେ। ଭାରତରେ ଡାଟା ମୂଲ୍ୟ ସମଗ୍ର ବିଶ୍ବରେ ସର୍ବନିମ୍ନ। ବିଶ୍ବରେ ଡାଟା ମୂଲ୍ୟ ହାରାହାରି ୨୫ ଡଲାର ଥିବାବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି। ୫-ଜି ସେବା କ୍ଷେତ୍ରରେ ବି ଏହି ଶସ୍ତା ଦର ଲାଗୁ ରହିବ। ସେ କହିଛନ୍ତି ଯେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ୫-ଜି ଟେକନଲୋଜୀ ଓ ଉପକରଣର ବିକାଶ କରିଛି। ଭାରତର ଏହି ଟେକନଲୋଜୀକୁ ବ୍ୟବହାର କରିବାକୁ ବିଶ୍ବର ଅନ୍ୟ କେତେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା। ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍‌ଟିଭ୍ ନେଟ୍‌ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ।

Share Now:

Kalinga News Beuro

Next Post

ବନ୍ଧା ହେଲେ ଜଳେଶ୍ଵର ବିଡିଓ : କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

Sat Jun 18 , 2022
ଜଳେଶ୍ଵର: ଜଳେଶ୍ଵର ବିଡ଼ିଓ ଅଶ୍ବିନୀ କୁମାର ଦାସଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ଵର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ବିଡ଼ିଓଙ୍କ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି,୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ […]
ବନ୍ଧା ହେଲେ ଜଳେଶ୍ଵର ବିଡିଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial