ଭାରତର ସବୁଠାରୁ ଅଧିକ ବର୍ଷା ହେଉଥିବା ସ୍ଥାନ ମାଉସିନରାମ

ମାଉସିନରାମରେ ରେକର୍ଡ ପରିମାଣର ବର୍ଷା

ଓଡ଼ିଶାର ବର୍ଷାଋତୁର ମୋଟ ବର୍ଷା ସହିତ ସମାନ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଓଦା ସ୍ଥାନର ମାନ୍ୟତା ପାଇଥିବା ମାଉସିନରାମରେ ଚଳିତ ଜୁନ ମାସରେ ରେକର୍ଡ ବର୍ଷା ହୋଇଛି। ଏତେ ବର୍ଷା ହୋଇଛି ଯେ ତାହା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ସେହିପରି ଭାରତର ୨ୟ ସବୁଠାରୁ ଓଦା ସ୍ଥାନର ମାନ୍ୟତା ପାଇଥିବା ଚେରାପୁଞ୍ଜିରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଶୁକ୍ରବାରଦିନ ମାଉସିନରାମରେ ୧୦୦୩.୬ ମିଲିମିଟର ବର୍ଷା ହୋଇଛି। ଏହା ଗତ ୧୯୬୬ ମସିହାରେ ଏହି ସ୍ଥାନରେ ହୋଇଥିବା ବର୍ଷାର ରେକର୍ଡ ଭାଙ୍ଗିଦେଇଛି। ସେହିପରି ଚେରାପୁଞ୍ଜିରେ ୯୭୨ ମିଲିମିଟର ବର୍ଷା ହୋଇଛି, ଯାହାକି ୧୯୯୫ରେ ଏହି ସ୍ଥାନରେ ହୋଇଥିବା ରେକର୍ଡ ବର୍ଷାକୁ ଟପିଯାଇଛି।
ମାଉସିରାମରେ ମାତ୍ର ଗୋଟିଏ ଦିନରେ ହୋଇଥିବା ବର୍ଷା ପରିମାଣ କେତେ ଅଧିକ ତାହା ଆମେ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟର ବର୍ଷା ସହ ତୁଳନା କଲେ ସହଜରେ ଜାଣିପାରିବା। ଓଡ଼ିଶାରେ ବାର୍ଷିକ ହାରାହାରି ୧୪୪୭ ମିଲିମିଟର ବର୍ଷା ହୋଇଥାଏ ଓ ବର୍ଷା ୪ ମାସ ( ଜୁନ-ସେପ୍ଟେମ୍ବର)ରେ ୧୧୬୦ ମିଲିମିଟର ବର୍ଷା ହୋଇଥାଏ। ଏଣୁ ମାଉସିନରାମରେ ଗତ ଶୁକ୍ରବାର ହୋଇଥିବା ବର୍ଷା ଓଡ଼ିଶାର ସମଗ୍ର ବର୍ଷା ଋତୁରେ ହେଉଥିବା ବର୍ଷା ସହିତ ସମାନ ହୋଇଯାଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ବର୍ଷକୁ ହାରାହାରି ୬୫୩ ମିଲିମିଟର ବର୍ଷା ହୋଇଥାଏ। ଏଣୁ ଦିଲ୍ଲୀରେ ୨ ବର୍ଷର ବର୍ଷା ମାଉସିନରାମରେ ଗୋଟିଏ ଦିନରେ ହୋଇଛି।

Share Now:

Kalinga News Beuro

Next Post

ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ନାବାଳକ ସମେତ ୫ ଗିରଫ

Sat Jun 18 , 2022
ପିପିଲି: ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି। ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ବରେ ପୁଲିସ ଟିମ୍ ଆଜି ଉତ୍ତରା ଛକର ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ମୁରାସିଦ ଖାନ୍, ଜାଦିବ, ସାଜିଦ ଅଲ୍ଲୀ, […]
ନାବାଳକ ସମେତ ୫ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial