ନକଲି ଔଷଧ କାରବାର ମାମଲା: ଦୁଇ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ନକଲି ଔଷଧ କାରବାର ମାମଲା

କଟକ: କଟକରେ ନକଲି ଔଷଧ କାରବାର ମାମଲା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ। ଅଭିଯୁକ୍ତ ଦୁଇଜଣ ଦେଲେ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ। ପୁରୀଘାଟ ଥାନାରେ ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି। ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା ହେବ। ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି। ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ସେପଟେ ନକଲି ଔଷଧକୁ ବଜାରକୁ କେମିତି ଆସିଲା, ତାର ଚେର ଖୋଜିବା ପାଇଁ ପୁଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି। କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ଜଣାପଡିବା ପରେ ଡ୍ରଗ୍ଧ କଣ୍ଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି। ସେହିପରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି। ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖା ଦେବାର ଆଶଙ୍କା ଅଧିକ ରହିଛି।

Share Now:

Kalinga News Beuro

Next Post

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆତ୍ମନିର୍ଭର ସଂସ୍ଥା ଉଦଘାଟିତ

Mon Sep 12 , 2022
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ବାରିପଦା ଠାରେ ଆତ୍ମନିର୍ଭର ସଂସ୍ଥା ଉଦଘାଟିତ। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏହି ସଂସ୍ଥା ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଛି। ତେବେ ପ୍ରତି ବ୍ଲକରେ ସଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ମହମବତୀ, ଧୂପ ଆଦି ବିଭିନ୍ନ ଘରକରଣା ସାମଗ୍ରୀ ଆଦିର ପ୍ରସ୍ତୁତି ନିମନ୍ତେ ସରଞ୍ଜାମ ଯୋଗାଇଦେବ। କଞ୍ଚାମାଲ ଯୋଗାଇବା ସମେତ ପ୍ରସ୍ତୁତି […]
ଆତ୍ମନିର୍ଭର ସଂସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial