ବଣ୍ଡାଘାଟିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା,ବିଷେଇଗୁଡା, ଖାଲଗୁଡା, ପାତ୍ରପୁଟ, ଅଣ୍ଡେଇପଦର, ସିନ୍ଧିପୁଟ ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ରାଙ୍ଗାବାୟାଲୁ ପଞ୍ଚାୟତର କୁସୁମପୁଟ,ମାଟାମପୁଟ, ଯୋଡିଗୁମ୍ମା ଗ୍ରାମର ୭୦୦ ମାଓ ସମର୍ଥକ ଓ ୩୦୦ ମିଲିସିଆ ମାଲକାନଗିରି ପୁଲିସ ଏବଂ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ନକ୍ସଲର ହାତ ଛାଡି ବିକାଶର ପଥ ଧରିବୁ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଏହି ଅଞ୍ଚଳରେ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ବିସ୍ଫୋରକ ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲାର ସୀମା, ମାଲକାନଗିରି ଜିଲ୍ଲା ସୀମା ଏବଂ ଆନ୍ଧ୍ରପ୍ରଦେଶର ରାଙ୍ଗାବାୟାଲୁ ପଞ୍ଚାୟତ ସୀମାର ହନୁମାଳ, ସିନ୍ଧିପୁଟ, ଅଣ୍ଡେଇପଦର ଅଞ୍ଚଳରେ କୋରାପୁଟ ଡିଭିଏଫ ଯବାନ ସର୍ଚ୍ଚ ଅପରେସନ କରିଥିଲେ। ତେବେ ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ସିନ୍ଧିପୁଟ ଜଙ୍ଗଲରେ ମାଓବାଦୀ ଗାତ ଖୋଳି ବହୁ ମାତ୍ରାରେ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ତୁରନ୍ତ ସେହି ଅଞ୍ଚଳକୁ ଯବାନ ଘେରି ଗାତରେ ଲୁଚାଇ ରଖିଥିବା ସମସ୍ତ ବିସ୍ଫୋରକ ଜବତ କରିଥିଲେ। ସେହି ଗାତରେ ନକ୍ସଲ ରଖିଥିବା ୭୦ ହଜାର ଟଙ୍କା ,ଦୁଇଟି ଟିଫିନ ବୋମା,କୋଡେକ୍ସ ତାର, ପ୍ରେସରକୁକର ବୋମା, ବିଦ୍ୟୁତ ତାର, ବିଦ୍ୟୁତ ଡିଟୋନେଟର ଇତ୍ୟାଦି ଯବାନ ଜବତ କରିଥିଲେ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିବା କୁହାଯାଇଛି।

Share Now:

Kalinga News Beuro

Next Post

ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ କମିସନର

Thu Sep 22 , 2022
ଚର୍ଚ୍ଚାରେ ଲକ୍ଷ୍ମୀବିହାର ରାସ୍ତା, ଡେପୁଟି କମିସନର(ଲ’)ଙ୍କୁ କାରଣ ଦର୍ଶାଅ ‌ନୋଟିସ୍‌ ଭୁବନେଶ୍ବର: ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ ଛିଡ଼ାହୋଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ହାଇକୋର୍ଟଙ୍କ ନୋଟିସ୍‌ ପରେ ବି ଏକ ରାସ୍ତା କାମ ନ ହେବାରୁ କମିସନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ ହୋଇଥିଲା। କମିସନର ବ୍ୟକ୍ତିଗତ ଭାବରେ ହାଜର ହୋଇ ମାସେ ମଧ୍ୟରେ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ହଠାତ୍‌ କାହିଁକି ବ୍ୟକ୍ତିଗତ ହାଜିରା ଆଦେଶ ହେଲା […]
କାଠଗଡ଼ାରେ କମିସନର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial