ପ୍ରଥମ ଓଡ଼ିଆ ଭାବେ ଦିଲ୍ଲୀପ ତିର୍କୀ ହେଲେ ‘ହକି ଇଣ୍ଡିଆ’ର ସଭାପତି

ଦିଲ୍ଲୀପ ତିର୍କୀ ହେଲେ ‘ହକି ଇଣ୍ଡିଆ’ର ସଭାପତି

ଭୁବନେଶ୍ବର: ପୂର୍ବତନ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ଏହି ପଦବି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‘ହକି ଇଣ୍ଡିଆ’ର ସଭାପତି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ହକିର ବିକାଶ ପାଇଁ ଓଡ଼ିଶା ସରକାର ବଡ଼ ସ୍ବପ୍ନ ଦେଖିଛନ୍ତି। ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶାର ପୁଅ ‘ହକି ଇଣ୍ଡିଆ’ର ସଭାପତି ହୋଇଥିବାରୁ ଏହି କ୍ରୀଡ଼ା ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ଦିଲୀପ ତିର୍କୀ ଜଣେ ହକି ଖେଳାଳି ହୋଇଥିବାରୁ ହକିକୁ ଏକ ଶୀର୍ଷ ସ୍ତରକୁ ନେଇପାରିବେ ବୋଲି ମଧ୍ୟ ଆଶା କରାଯାଉଛି। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ପ୍ରାପ୍ତ ଦିଲୀପ ତିର୍କୀ ଗତ ୧୮ ତାରିଖରେ ହକି ଇଣ୍ଡିଆ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏ ନେଇ ସେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ପେଜ୍‌ ମାଧ୍ୟମରେ ସୂଚନା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ହକି ଇଣ୍ଡିଆକୁ ସେ ଏକ ନୂତନ ପରିଚୟ ଦେଇପାରିବେ।
ସୂଚନାଯୋଗ୍ୟ, ‘ଭାରତୀୟ ହକି’ରେ ଦିଲୀପ ତିର୍କୀ ଜଣେ ଜଣାଶୁଣା ଚେହରୋ। ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଗୁଡ଼ିଏ ଭଲ ରେକର୍ଡ ରହିଛି। ସେ ଭାରତୀୟ ହକିରେ ଜଣେ ବିଶ୍ବସ୍ତ ପ୍ରତିଭା। ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପ ତିର୍କୀ କେବଳ କ୍ରୀଡ଼ାରେ ଅଟକି ନାହାନ୍ତି। ସେ ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି। ତେଦେ ଦିଲୀପ ତିର୍କୀ ‌ସାମାଜିକ ଗଣମାଧ୍ୟମରେ ହକି ଇଣ୍ଡିଆର ସଭାପତି ପଦବି ପାଇଁ ପ୍ରାର୍ଥୀ ପତ୍ର ଦାଖଲ ନେଇ ସୂଚନା ଦେବା ପରେ ତାଙ୍କୁ ପ୍ରଶଂସକମାନେ ସ୍ବାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।
ହକି ଇଣ୍ଡିଆ
ସଭାପତି: ଦିଲୀପ ତିର୍କୀ, ଉପସଭାପତି (ପୁରୁଷ): ଏସ୍‌ଭିଏସ୍‌ ସୁବ୍ରମଣ୍ୟମ ଗୁପ୍ତା, ଉପସଭାପତି (ମହିଳା): ଅସିମା ଅଲି, ସାଧାରଣ ସଂପାଦକ: ଭୋଳାନାଥ ସିଂହ, କୋଷାଧ୍ୟକ୍ଷ: ଶେଖର ‌ଜେ ମନୋହରଣ, ଯୁଗ୍ମ ସଚିବ (ମହିଳା) ଆରତି ସିଂହ, ଯୁଗ୍ମ ସଚିବ (ପୁରୁଷ): ସୁନୀଲ ମଲିକ

Share Now:

Kalinga News Beuro

Next Post

ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ: ଆମେରିକୀୟ ଅଧିକାରୀ

Fri Sep 23 , 2022
ନ୍ୟୁୟର୍କ: ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ ଏବଂ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନ ନିମନ୍ତେ ଯନ୍ତ୍ରାଂଶ ଯୋଗାଣ କରିବାକୁ ବାଇଡେନ୍‌ ପ୍ରଶାସନର ଅନୁମତି ଭାରତ ପ୍ରତି ସତର୍କ ସୂଚନା ନୁହେଁ ବୋଲି ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ସେ କହିଛନ୍ତି, କିଛି ଦଶନ୍ଧି ତଳେ ପାକିସ୍ତାନ କ୍ରୟ କରିଥିବା ଏଫ୍‌-୧୬ ଲଢୁଆ ବିମାନଗୁଡ଼ିକର ମରାମତି ନିମନ୍ତେ ୪୫୦ ନିୟୁତ ଡଲାର୍‌ର କାର୍ଯ୍ୟକ୍ରମକୁ ଟ୍ରମ୍ପ୍‌ ପ୍ରଶାସନ […]
ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial