ଭାରତର ନୂଆ ସିଡିଏସ୍ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତ କରାଯାଇଛି। ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ। ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି। ସିଡିଏସ ପଦଭାର ସହ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ କାମ କରିବେ। ନିଜର ୪୦ ବର୍ଷର ସେନା କ୍ୟାରିୟରରେ ସେ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ସେ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ। ସେ ନ୍ୟାସନାଲ ଡିଫେନ୍ସ ଏକେଡେମୀ ଖଡକଓ୍ବାସଲା ଓ ନ୍ୟାସନାଲ ମିଲିଟାରୀ ଏକାଡେମୀ,ଡେରାଡୁନର ଛାତ୍ର ଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗୃପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ ପଦଟି ଖାଲି ରହିଥିଲା।

Share Now:

Kalinga News Beuro

Next Post

ଲତା ମଙ୍ଗେସ୍‌କର୍‌ଙ୍କ ଜୟନ୍ତୀ ଅବସରରେ ଅଯୋଧ୍ୟାରେ ୪୦ ଫୁଟ୍‌ ଲମ୍ବର ବୀଣା ସ୍ଥାପନ

Wed Sep 28 , 2022
ଲକ୍ଷ୍ନୌ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନ ବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି। ଲତା ମଙ୍ଗେସ୍‌କର୍‌ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍‌କର୍‌ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦୀ […]
୪୦ ଫୁଟ୍‌ ଲମ୍ବର ବୀଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial