ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଳଟ ବୁକିଙ୍ଗ : ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଳଟ ବୁକିଙ୍ଗ

କଟକ: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଛି। ଏଥିପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ୨୦୧୯ ବାଲିଯାତ୍ରା ସମୟରେ ରେଜିଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ। ପ୍ରଥମେ ରେଜିଷ୍ଟ୍ରସନ ଓ ପରେ ନିଲାମ ପ୍ରକ୍ରିୟା ପାଇଁ ଆଜି ଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ୫ ହଜାର ଟଙ୍କା ରେଜିଷ୍ଟ୍ରସନ ପାଇଁ ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ ୩ ଟି ପ୍ଲଟ କିଣି ପାରିବ ବୋଲି ରହିଛି ଚଳିତବର୍ଷ ନିୟମ। କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ। ପ୍ରଥମେ ତ ରେଜିଷ୍ଟ୍ରେସନ ଫିସକୁ ଆକାଶ ଛୁଆଁ କରିବା ଓ ଅନ୍ୟପଟେ ନିଲାମ ପ୍ରକ୍ରିୟାକୁ ସାମିଲ କରିବା ଯାହା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ନିରାଶ କରିଛି। ଅନେକ ଆଶା ନେଇ ରେଜିଷ୍ଟ୍ରସନ କରିବାକୁ ଆସିଥିଲେ ସୁଦ୍ଧା ଷ୍ଟଲ ପକାଇବା ସ୍ୱପ୍ନକୁ ଭାଙ୍ଗି ମୁଁହ ଫେରାଇଛନ୍ତି ଅନେକ। ତେବେ ଚଳିତଥର ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ କେମିତି ବ୍ୟବସାୟ କରିବେ ତାକୁ ନେଇ ଏବେ ଚିନ୍ତାରେ ବ୍ୟବସାୟୀ। ତାଙ୍କର ଯେତିକି ବ୍ୟାପାର ନୁହେଁ, ତା’ ଠାରୁ ଅଧିକ ଟଙ୍କାରେ ପ୍ଲଟ ନିଲାମ ହେଉଛି। ଯାହାକୁ ତାଙ୍କ ପାଇଁ ସମ୍ଭପର ନୁହେଁ ବୋଲି ସେମାନେ କହିଛନ୍ତି। ଏହାସହ ଯେଉଁ ନିୟମ ହୋଇଛି ତାହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ବ୍ୟବସାୟୀ କହିଛନ୍ତି। ସେପଟେ କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟାକୁ ତଦାରଖ କରିଛନ୍ତି ଜିଲ୍ଲାପାଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ।
ଏହା ପରେ ଉକ୍ତ ସ୍ଥାନର ନିଲାମ ହେବ। ଏକ ହଜାର ବର୍ଗଫୁଟ ତଳକୁ ପ୍ଲଟ ନେବା ପାଇଁ ଚାହୁଁଥିବା ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ବାଲିଯାତ୍ରାରେ ସବୁ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦେବା, ବଡ଼ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମାନ ନିୟମ କରିବା ସହ ପ୍ଲଟ ବିକ୍ରୀରେ ପାରଦର୍ଶିତା ଆଣିବା ପାଇଁ ନିଲାମ ପ୍ରକ୍ରିୟା କରାଯାଇଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଏହାସହ ବାଲିଯାତ୍ରା ପ୍ଲଟ ବିକ୍ରିରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଏପରି ନିୟମ କରାଯାଇଛି ବୋଲି ଜିଲ୍ଲାପାଳ କହିବା ସହ କୌଣସି ବ୍ୟବସାୟୀ ଏଥିରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ବାଲିଯାତ୍ରା ପାଇଁ ଆରମ୍ଭ ହୋଇଥିବା ପ୍ଲଟ ବୁକିଙ୍ଗ ବ୍ୟବସ୍ଥା ସଠିକ ତ ? ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଫାଇଦା ମିଳିବ ତ ? ଯାହାକୁ ନେଇ ଏବେଠୁ ଉଠିଲାଣି ବଡ଼ ପ୍ରଶ୍ନ।

Share Now:

Kalinga News Beuro

Next Post

ଦୁଇ ମହିଳା ନକ୍ସଲ ସହ କଂଗ୍ରେସର ନେତା ଗିରଫ : ଚିକିତ୍ସା କରାଇବା ପାଇଁ ତେଲେଙ୍ଗାନା ନେଉଥିଲେ

Sun Oct 9 , 2022
ମାଲକାନଗିରି: ଚିକିତ୍ସା କରାଇବା ପାଇଁ ଦୁଇ ମହିଳା ନକ୍ସଲଙ୍କୁ ତେଲେଙ୍ଗାନା ନେଉଥିବା ବେଳେ ଜଣେ କଂଗ୍ରେସ ନେତା ପୁଲିସ ହାତରେ ଗିରଫ ହୋଇଛି। ଏନେଇ ତେଲେଙ୍ଗାନା ପୁଲିସ ସାମ୍ବାଦିକ ସମ୍ମିଳନୀ କରି ନ ଥିବାରୁ ଦୁଇ ମହିଳା ନକ୍ସଲଙ୍କର ପରିଚୟ ମିଳିପାରି ନାହିଁ। ତେବେ ଭୋପାଲପାଟନାମ ବ୍ଲକ କଂଗ୍ରେସ କମିଟିର ମହାମନ୍ତ୍ରୀ କେ.ଜି.ସୀତମକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଛତିଶଗଡ଼ର ବିଜାପୁର ଅଂଚଳରୁ ଦୁଇ ମହିଳା ନକ୍ସଲଙ୍କୁ କଂଗ୍ରେସ ନେତା […]
ନକ୍ସଲ ସହ କଂଗ୍ରେସର ବଡ ନେତା ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial