ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ ସାଙ୍ଗକୁ ସ୍ମାର୍ଟ ସ୍କୁଲର ପ୍ରତିଶୃତି ଦେଲା ବିଜେପି

ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପାଇଁ ବିଜେପି ନିଜର ଘୋଷଣାପତ୍ର ପ୍ରକାଶ କରିଛି। ବିଜେପି ଏହାର ନାମ ସଂକଳ୍ପ ପତ୍ର ରଖିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ଦିଲ୍ଲୀ ସାଂସଦ ରମେଶ ବିଧୁରୀ, ହର୍ଷ ବର୍ଦ୍ଧନ, ହଂସରାଜ ହଂସ ଏବଂ ପ୍ରବେଶ ବର୍ମା ପ୍ରମୁଖ ଏହି ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି। ଏଥିରେ ପାଞ୍ଚ ଟଙ୍କାରେ ଖାଦ୍ୟ, ସ୍ମାର୍ଟ ସ୍କୁଲ, ମେଧାବୀ ଛାତ୍ରୀଙ୍କୁ ମାଗଣାରେ ସାଇକେଲ ସହିତ ଅନେକ ପ୍ରତିଶୃତି ଦିଆଯାଇଛି। ସଂକଳ୍ପ ପତ୍ରରେ ସରକାର ଗଠନ ହେବାର ୧୦୦ ଦିନ ମଧ୍ୟରେ ଏମସିଡି ଆପରେ ସମସ୍ତ ସୂଚନା ଦେବା ସହିତ ମୋବାଇଲ୍ ଏବଂ ଡିଜିଟାଲ୍ ମାଧ୍ୟମରେ ନିଗମର ସୁବିଧା ଯୋଗାଇଦେବାକୁ ବିଜେପି କହିଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଏହା ୫ ବର୍ଷ ମଧ୍ୟରେ ଦିଲ୍ଲୀର ୭ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇ ଦେବ ବୋଲି ସଂକଳ୍ପ ପତ୍ରରେ ବିଜେପି ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣରେ ମଧ୍ୟ ସହଯୋଗ କରିବାକୁ ବିଜେପି ପ୍ରତିଶୃତି ଦେଇଛି। ଏହାସହ ସମସ୍ତ ସାପ୍ତାହିକ ବଜାରକୁ ନିୟମିତ କରିବା ସହିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୫୦ ଅନ୍ନପୂର୍ଣ୍ଣା ରୋଷେଇ ଘର ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଛି, ଯେଉଁଥିରେ ୫ ଟଙ୍କାରେ ଖାଦ୍ୟ ସୁବିଧା ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିଦ୍ୟାଳୟରେ ସିସିଟିଭି ନେଟୱାର୍କ ସ୍ଥାପନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ତାର ସଂକଳ୍ପ ପତ୍ରରେ କେତେ ପ୍ରତିଶୃତି ବଦ୍ଧ ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ଚଳଚ୍ଚିତ୍ର ‘ଦମନ’ ପଛର କାହାଣୀ କହିଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ

Fri Nov 25 , 2022
ମାଲକାନଗିରି: ଓଡ଼ିଆ ଚଳଚିତ୍ର ‘ଦମନ’କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଓଡ଼ିଆଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ହୃଦୟକୁ ଛୁଇଁଛି। ଏହି ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଆଜି ଏହାର ପରଦା ପଛର କାହାଣୀକୁ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ […]
‘ଦମନ’ ପଛର କାହାଣୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial