ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୁଲିସ : ୨ ମହିଳା କନେଷ୍ଟବଳ ସହ ୭ ଆହତ

ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୁଲିସ-1

ମାଲକାନଗିରି: ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ଓର୍କେଲ ପୁଲିସ। ଆଜି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳ ପରଜାଗୁଡା ଏବଂ ନୂଆଗୁଡା ଗ୍ରାମରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ଓରକେଲ ଥାନା ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ପରଜାଗୁଡାଏବଂ ନୂଆଗୁଡା ଗ୍ରାମକୁ ଲାଗି ରହିଥିବା ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ନେଇ ପୂଲିସ ଖବର ପାଇବା ପରେ ସକାଳୁ ଏକ ଟିମ ନେଇ ଚିତ୍ରକୋଣ୍ଡା ଏସଡିପିଓ ନିର୍ଦ୍ଦେଶରେ ଗଞ୍ଜେଇ କାଟିବାକୁ ଯାଇଥିଲେ। ଓରକେଲ ଥାନା ଏସଆଇ ରାଜେଶ ସେଠୀଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ ଏହି ଚଢ଼ଉରେ ସାମିଲ ଥିଲେ। ତେବେ ପ୍ରଥମେ ଗଞ୍ଜେଇ କାଟିବା ବେଳେ ଗ୍ରାମର ୨ ଯୁବକ ଆସି ପୁଲିସକୁ ପଚରାଉଚରା କରିଥିଲେ। ପରେ ସେହି ୨ ଯୁବକ ଗ୍ରାମକୁ ଯାଇ ସମଗ୍ର ଗ୍ରାମବାସୀଙ୍କୁ ଖବର ଦେଇ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଯଥା ଧନୁତୀର, ବର୍ଚ୍ଛା, ଟାଙ୍ଗିଆ ଆଦି ଧରି ପୁଲିସ ଉପରେ ଲଗାତାର ଆକ୍ରମଣ କରିଥିଲେ। ପାଖାପାଖି ୩ ଗ୍ରାମ ଯଥା ଡାଇକ-୧, ରଜାବନ୍ଧ ଏବଂ ପରଜାଗୁଡା ଗ୍ରାମର ୨୦୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ମିଳିତ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କ ଏହି ଆକ୍ରମଣରେ ୨ ମହିଳା କନଷ୍ଟେବଳ, ଜଣେ ଏଏସଆଇ ଏବଂ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଏଥିସହ ବାସୁ ନାମକ ଜଣେ ହୋମଗାର୍ଡକୁ ଗ୍ରାମବାସୀ ଗଛରେ ବାନ୍ଧି ଅଟକ ମଧ୍ୟ ରଖିଥିଲେ। ପରେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଅଟକ ହୋମଗାର୍ଡକୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତକାରୀଙ୍କୁ ଚିକିତ୍ସା ନିମନ୍ତେ ବାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ଅଳ୍ପକେ ପୁଲିସ କର୍ମଚାରୀମାନେ ବର୍ତ୍ତିଯାଇଥିଲେ। ଗ୍ରାମବାସୀ ଧନୁତୀରରେ ବିନ୍ଧି ଚାଲିଥିଲେ। କାହାକୁ କୌଣସି କ୍ଷତି ହୋଇ ନାହିଁ। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପୁଲିସକୁ ଏପରି ଆକ୍ରମଣ ଘଟଣା ବର୍ତ୍ତମାନ ଜିଲ୍ଲା ତଥା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଗତବର୍ଷ ତତ୍କାଳୀନ ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ କୁରମାନୁର ଅଞ୍ଚଳରେ ରାତି ଅଧରେ ଗଞ୍ଜେଇ ଧରପଗଡ କରୁଥିବା ବେଳେ ପୁଲିସ ଗ୍ରାମବାସୀଙ୍କୁ ଆକ୍ରମଣ କରି ନିନ୍ଦିତ ହୋଇଥିବା ବେଳେ ଏବେ ଗ୍ରାମବାସୀଙ୍କ ଦ୍ୱାରା ପୁଲିସ ଆକ୍ରମଣର ଶିକାର ହୋଇଛି। ତେବେ ଏନେଇ ପୁଲିସ ତଦନ୍ତ କରିବା ସହ ଆଗାମୀ ଦିନରେ ଏହାର ଉଚିତ ଜାବବ ଦେବ ବୋଲି ଜଣାପଡିଛି।

Share Now:

Kalinga News Beuro

Next Post

ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

Sat Jan 7 , 2023
ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ। ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ)। ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବୃଆରୀ ପହିଲା ବେଳକୁ ପୃଥିବୀ ନିକଟ ଦେଇ ଗତି କରିବ। ଏହାକୁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଆକାଶ ନିର୍ମଳ […]
ପୃଥିବୀର ନିକଟତର ହେବ ଧୂମକେତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial