ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

ପୃଥିବୀର ନିକଟତର ହେବ ଧୂମକେତୁ

ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ। ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ)। ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବୃଆରୀ ପହିଲା ବେଳକୁ ପୃଥିବୀ ନିକଟ ଦେଇ ଗତି କରିବ। ଏହାକୁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଆକାଶ ନିର୍ମଳ ଥିଲେ ଖାଲି ଆଖିରେ ଦେଖିହେବ। ଏହି ବିରଳ ଧୂମକେତୁକୁ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ଆବିଷ୍କାର କରାଯାଇଥିଲା। ଆମେରିକାର ଜେଡଟିଏଫ ଅବଜରଭେଟୋରି ପକ୍ଷରୁ ଏହାର ଆବିଷ୍କାର କରାଯାଇଥିଲା। ଏହି କାରଣରୁ ଏହି ଧୂମକେତୁର ନାଁ ସି/୨୦୨୨ ଇ୩ (ଜେଡଟିଏଫ) ରଖାଯାଇଛି। ଗତ ବର୍ଷ ମାର୍ଚ୍ଚ ମାସରେ ଏହା ବୃହସ୍ପତି ଅତିକ୍ରମ କରୁଥିବାବେଳେ ଦେଖାଯାଇଥିଲା। ଜେଡଟିଏଫରେ କାମ କରୁଥିବା କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ ଟେକନଲୋଜୀର ବୈଜ୍ଞାନିକ ଥମାସ୍ ପ୍ରିନ୍ସ କହିଛନ୍ତି ଯେ ପୃଥିବୀର ନିକଟତର ହେବା ବେଳେ ଏହା ସବୁଠାରୁ ଉଜ୍ଜଳ ଦେଖାଯିବ। ପ୍ୟାରିସ୍ ଅବଜରଭେଟୋରିରେ କାମ କରୁଥିବା ବୈଜ୍ଞାନିକ ନିକୋଲାସ ବିଭର କହିଛନ୍ତି ଯେ ଏହି ଧୂମକେତୁର ବ୍ୟାସ ପ୍ରାୟ ଏକ କିଲୋମିଟର ଓ ଏହା ଧୂଳିକଣା ଓ ବରଫକୁ ନେଇ ପ୍ରସ୍ତୁତ। ଏହା ଏକ ପ୍ରକାରର ସବୁଜ ରଙ୍ଗର ଜ୍ୟୋତି ବିଚ୍ଛୁରଣ କରୁଛି।

Share Now:

Kalinga News Beuro

Next Post

୬ବର୍ଷ ଶିଶୁର ଗୁଳିମାଡ଼ରେ ଶିକ୍ଷକ ଗୁରୁତର

Sat Jan 7 , 2023
ଭର୍ଜିନିଆ: ଆମେରିକାର ପୂର୍ବରାଜ୍ୟ ଭିର୍ଜିନିଆରେ ଗତଶୁକ୍ରବାର ଛଅବର୍ଷର ଜଣେ ଶିଶୁ ପ୍ରାଥମିକ ସ୍କୁଲର ଶ୍ରେଣୀଗୃହ ଭିତରେ ଶିକ୍ଷକଙ୍କୁ ଗୁଳି ମାଡ଼ କରିଥିଲା। ଏହି ଗୁଳିମାଡ଼ର ଶିକାର ହେବାପରେ ଶିକ୍ଷକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଠିକ ସମୟରେ ଚିକିତ୍ସା ହୋଇପାରି ଥିବାରୁ ଶିକ୍ଷକଙ୍କ ଜୀବନ ବଞ୍ଚି ଯାଇଛି ବୋଲି ଡାକ୍ତର […]
ଗୁଳିମାଡ଼ରେ ଶିକ୍ଷକ ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial