ଆଦର୍ଶ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ : କରାଇଲେ ବିଧବା ବୋହୂର ଦ୍ଵିତୀୟ ବିବାହ

ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର: ଅମିତାଭ ବଚ୍ଚନଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ବାବୁଲ୍‌’ ତ ଆପଣ ଦେଖିଥିବେ। ବିଗ୍‌ ବିଙ୍କ ପୁଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସଲ୍‌ମାନ ଖାନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ବୋହୂ ଚରିତ୍ର ନିଭାଇଥିବା ରାଣୀ ମୁଖାର୍ଜୀଙ୍କର ଦ୍ଵିତୀୟ ବିବାହ କରାଇ ସେ ପାଲଟନ୍ତି ପ୍ରଶଂସାର ପାତ୍ର। ସେହିପରି ଏକ ଘଟଣା ବାସ୍ତବ ଜୀବନରେ ବି ଘଟିଛି। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ପରେ ବିଧବା ବୋହୂ ମଧୁସ୍ମିତାଙ୍କର ଦ୍ଵିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଜାତୀୟ କନ୍ୟା ଦିବସ ଅବସରରେ ନିଜ ବୋହୂର ଦ୍ଵିତୀୟ ବିବାହ କରାଇ ପ୍ରଶଂସାର ପାତ୍ର ସାଜିଛନ୍ତି ନବୀନ। ହିନ୍ଦୁ ରୀତିନୀତିରୁ ଆଗକୁ ଯାଇ ସେ ତା‌ଙ୍କ ବିଧବା ବୋହୂଙ୍କ ଭବିଷ୍ୟତ କଥା ଚିନ୍ତା କରିଥିବାରୁ ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରଡ଼ମ୍ବର ଭାବେ ଏହି ବିବାହର ଅୟୋଜନ ହୋଇଥିଲା। ମଧୁସ୍ମିତାଙ୍କ ବିବାହ ବାଲେଶ୍ୱରର ରେମୁଣା ନିବାସୀ ସ୍ୱର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁତ୍ର ଶିବ ଚନ୍ଦନଙ୍କ ସହ ହୋଇଛି। ବିବାହ ଉତ୍ସବରେ ସମ୍ବିତ ନନ୍ଦଙ୍କ ପତ୍ନୀ ରଞ୍ଜିତା, ମଧୁସ୍ମିତାଙ୍କ ବାପା, ମଧୁସ୍ମିତାଙ୍କ ୨ ଭାଇ, ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଉପସ୍ଥିତ ଥିଲେ। ମଧୁସ୍ମିତାଙ୍କ ବାପା ନିଳମଣି ପଣ୍ଡାଙ୍କ ସମ୍ମତିକ୍ରମେ ଏହି ବିବାହ ସଂପନ୍ନ ହୋଇଛି। ଉ‌ଲ୍ଲେଖଯୋଗ୍ୟ, ୨୦୨୧ ମସିହା ମେ ମାସରେ କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ଗଣତନ୍ତ୍ର ଦିବସରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଲୋକାର୍ପିତ

Thu Jan 26 , 2023
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକକୁ ଲଞ୍ଚ କରାଯାଇଛି। ଏହି ଟିକା ନାକରେ ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଟିକାକୁ ଲଞ୍ଚ କରିଛନ୍ତି। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଗତ ଶନିବାର ଦିନ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା […]
ଦେଶର ପ୍ରଥମ ନାଜାଲ କୋଭିଡ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial