ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି କରିଥିବା ୫ ଚୋର ଗିରଫ : ୧୪ଟି ମେଡାଲ ଜବତ

ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ୱର : ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି। ଜେଲ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକୀ କରି ଏମାନେ ଚୋରି କରୁଥିଲେ। ସେମାନଙ୍କଠାରୁ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି। ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଞ୍ଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଜବତ କରାଯାଇଛି। ଗତ ୨୦ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଥିଲା। ଘରେ ଥିବା ମୂଲ୍ୟବାନ ଆସବାବପତ୍ର ସମେତ ସମସ୍ତ ମେଡାଲ କେହି ଚୋରି କରି ନେଇ ଯାଇଥିଲେ। ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଛାନଭିନ୍ ଚଳାଇଥିଲା ।
ସୂଚନାଯୋଗ୍ୟ, ଉଭୟ ପ୍ରବୋଧ ଓ ତାଙ୍କ ପରିବାର ଭୁବନେଶ୍ୱର କ୍ଲବ ପଛ ପଟ କ୍ୱାଟର୍ସ ନମ୍ବର ଭିଆର/୮୬ ରହନ୍ତି। ଗତକାଲି ଦୁହେଁ ଭୁବନେଶ୍ୱରରେ ନ ଥିଲେ। ଘରେ କେବଳ ତାଙ୍କ ଭାଇ ଥିଲେ। ଗତକାଲି ରାତିରେ କେହି ତାଙ୍କ ଝରକା ଗ୍ରିଲ କାଟି ଘର ଭିତରେ ପଶି ସମସ୍ତ ଟଙ୍କା, ସୁନା, ଏଲଇଡି ଟିଭି, ସୁନା ପଦକ ସମେତ ମୂଲ୍ୟବାନ ସାମଗ୍ରୀ ଓ ପ୍ରବୋଧ ପାଇଥିବା ସମସ୍ତ ମେଡାଲ ଚୋରି କରି ନେଇଯାଇଛି। ପୁଲିସ ସନ୍ଦେହ କରୁଛି ଯେ କେହି ସ୍ଥାନୀୟ ଲୁଟେରା ଏଭଳି କାଣ୍ଡ ଭିଆଇଛନ୍ତି। ଭୁବନେଶ୍ୱର କ୍ଲବ, କ୍ୟାପିଟାଲ ହସ୍ପିଟାଲ ଛକ ଓ ଏଜି ଛକରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଛି ପୁଲିସ। ସେହି ରାସ୍ତାରେ ଯିବା ଆସିବା କରୁଥିବା ବ୍ୟକ୍ତି ବିଶେଷ ଓ ବାଇକ୍ ଉପରେ ନଜର ପକାଇବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Share Now:

Kalinga News Beuro

Next Post

ପୁରୁଷ ହକି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ୪-୩ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ଜର୍ମାନୀ

Fri Jan 27 , 2023
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଛି। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ପରାସ୍ତ କରିଛି। ଜର୍ମାନି ଦଳ ୪-୩ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି। ଜର୍ମାନି ଆସନ୍ତା […]
ପୁରୁଷ ହକି ବିଶ୍ବକପ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial