ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା: ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

କଟକ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଭୁବନେଶ୍ୱର-କଟକ କମିସ‌ନରେଟ ପୁଲିସ ଅନ୍ତର୍ଗତ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ମିଳିଲା ସର୍ତ୍ତମୂଳକ ଜାମିନ। ପୂର୍ବରୁ ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ସୂଚନାଯୋଗ୍ୟ କମିସନରେଟ୍ ପୁଲିସ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା। ଆର୍ଥିକ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଗବନ୍ଧୁଙ୍କୁ ପଚରାଉଚରା କରିଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ପନିପରିବା ଦର ଆକାଶଛୁଆଁ

Thu Mar 16 , 2023
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ ଟ୍ରକ ରାସ୍ତାରେ ଅଟକିଛି। ଏଣେ କିଛି ଟ୍ରକ୍ ଗନ୍ତବ୍ୟସ୍ଥଳରୁ ବାହାରି ପାରି ନଥିବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। […]
ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial