ଶିଶୁଭବନ ଛକରେ ହୋର୍ଡିଂ ଟାୱାର ଉପ‌ରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଶିଶୁଭବନ ଛକରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଶିଶୁଭବନ ଛକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାୱାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଯୁବକ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକଙ୍କ ନାମ ଟୁଲୁ ପାତ୍ର ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।
ଉଦ୍ଧାର କରି ତଳକୁ ଅଣାଯିବା ପରେ ସେ ଡ୍ରାଇଭର ମହାସଂଘ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଡ୍ରାଇଭର ମହାସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଯୁବକ। ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୁଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନଙ୍କୁ ମାନସିକ ନିର୍ଯାତନା କାହିଁକି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଡ୍ରାଇଭର ମହାସଂଘ ଧମକ ପରେ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀକୁ ଜଳ ସଂକଟ : ଶୁଖିଲା ପଡ଼ିଛି କୁଆଖାଇ, ଦୟା

Wed Mar 22 , 2023
ଭୂତଳ ଜଳ ଟାଣୁଛନ୍ତି ଆପାର୍ଟମେଣ୍ଟ,ସଂରକ୍ଷଣ ପାଇଁ ଆକ୍ସନ୍‌ ପ୍ଲାନ୍‌ ହେଉ ଭୁବନେଶ୍ୱର: ରାଜଧାନୀ ଦୁଇ ପାର୍ଶ୍ଵରେ ଥିବା କୁଆଖାଇ ଓ ଦୟା ନଦୀ ଶୁଖିଲା ପଡ଼ିଛି। ପାଣି ନାହିଁ। ନଦୀର ଗୋଟିଏ ପାର୍ଶ୍ଵରେ ଗୋଟିଏ ଧାରର ଜଳସ୍ରୋତ। ଯୁଆଡ଼େ ଚାହିଁଲେ ଖାଲି ବାଲି। ସହରରେ ଥିବା ଜଳାଶୟ, ପୋଖରୀ କଥା ନ କହିବା ଭଲ। କେଉଁଠି ମାଟି ଫାଟି ଆଁ କରିଛି ତ କେଉଁଠି ଦଳ ଭର୍ତ୍ତି ହୋଇଗଲାଣି। କେନାଲରେ […]
ରାଜଧାନୀକୁ ଜଳ ସଂକଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial