ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ୱାଇଁ : ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ

ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ବାଇଁ

ପୁରୀ: ସ୍ଥାନୀୟ ବାସେଳୀସାହି ଥାନା ଅନ୍ତର୍ଗତ କ୍ରିୟାଯୋଗ ଆଶ୍ରମ ନିକଟରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଆଶ୍ରମ ନିକଟ ବସ୍ତିରେ ଶାଶୁକୁ ଛୁରୀ ଭୁସି ହତ୍ୟା କରିଛି ଜ୍ୱାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ବିଷଖାଇ ଦେଇଥିଲା। ଗୁରୁତର ଅଭିଯୁକ୍ତ ଜ୍ୱାଇଁଙ୍କୁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି। ଜ୍ୱାଇଁ ହେଉଛି ତାଳଚେରର ଶକ୍ତିଧର ଦାସ। ପୁରୀରେ ରହି ଡ୍ରାଇଭିଂ କରି ଚଳୁଥିଲା। କିଛିଦିନ ତଳେ ସେ ଭଲପାଇ ତିଳୋତ୍ତମା କରଙ୍କ ସାନଝିଅକୁ ବିବାହ କରିଥିଲା। ମାତ୍ର ବଡଝିଅ ଥାଇ ଆଗ ସାନଝିଅ ବିବାହ ହୋଇଥିବାରୁ ଶାଶୁ ଘରକୁ ଛାଡୁନଥିଲେ ଜ୍ୱାଇଁ। ଫଳରେ ଶକ୍ତିଧର ରାଗିଯାଇ ଆଜି ଅପରାହ୍ନରେ କଚେରି ଛକରୁ ଏକ ଛୁରୀ କିଣି ଶାଶୁ ଘରେ ଏକାକୀ ଥିବାବେଳେ ୮ ଥର ଆକ୍ରମଣ କରିଥିଲା। ଶାଶୁଙ୍କ ପେଟର ଅନେକ ଯାଗାରେ ଷ୍ଟେବିଂ କରିଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଶାଶୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ବଳିଆପଣ୍ଡା, ବାସେଳୀସାହି ଥାନା ପୁଲିସ ସହ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛନ୍ତି। ମୃତ ତିଳୋତ୍ତମା କରଙ୍କ ବଡ଼ଝିଅ ବାସେଳୀସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ଅଡ଼ୁଆରେ ବିଟ୍ଟା କରାଟେ : ପୁଣି ଯାଞ୍ଚ ପାଇଁ ଖୋଲିପାରେ ଅପରାଧର ପେଡ଼ି

Wed Mar 23 , 2022
ଜମ୍ମୁ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ଅଡ଼ୁଆରେ ବିଟ୍ଟା କରାଟେ। ଫିଲ୍ମ ରିଲିଜ୍ ପରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାର ତଦନ୍ତ ପୁଣି ଥରେ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଜମ୍ମୁ-କଶ୍ମୀରର ଡିଜିପି ଦେଇଥିବା ବୟାନରୁ ଏହା ଜଣାପଡ଼ୁଛି। ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତଦନ୍ତ କରିବୁ। କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। […]
ଅଡ଼ୁଆରେ ବିଟ୍ଟା କରାଟେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial