ଉଡ଼ାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର

ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେ‌ଲା କୋଷ୍ଟ ଗାର୍ଡ ହେଲିକପ୍ଟର

ନୂଆଦିଲ୍ଲୀ: ବନ୍ଦ ହେଲା କୋଚି ବିମାନବନ୍ଦରର ରନୱେ। ରବିବାର ମଧ୍ୟାହ୍ନରେ ଏକ କୋଷ୍ଟ ଗାର୍ଡ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଏଭଳି କରାଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ହେଲିକପ୍ଟରଟି କୋଚି ବିମାନବନ୍ଦରରୁ ଉଡାଣ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାର କିଛି ସମୟ ପରେ ଦୁର୍ଘଟଣାସ୍ଥଳର ଯାଞ୍ଚ ପାଇଁ ବିମାନବନ୍ଦର ରନୱେ ବନ୍ଦ ହୋଇଯାଇଥିଲା। ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ କୋଚିରେ ରନୱେ ବନ୍ଦ ହେବା ପରେ ଦୁଇଟି ଅନ୍ତର୍ଜାତୀୟ ବିମାନକୁ କୋଚି ବଦଳରେ ତ୍ରିଭାନ୍ଦ୍ରମରେ ଅବତରଣ କରାଯାଇଛି।
ବିମାନବନ୍ଦର ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, “କୋଷ୍ଟଗାର୍ଡ ଏଏଲଏଚ ହେଲିକପ୍ଟରଟି ମଧ୍ୟାହ୍ନ ୧୨ଟା ୨୫ରେ କୋଚି ବିମାନବନ୍ଦରରୁ ଉଡ଼ାଣ କରିବା ସମୟରେ ଦୁର୍ଘଟଣାର ସମୁଖୀନ ହେବାରୁ ବିମାନବନ୍ଦର କାର୍ଯ୍ୟକୁ ୨ଘଣ୍ଟା ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଥିଲା। ଦିନ ପ୍ରାୟ ୨ଟା ସମୟରେ ସୁରକ୍ଷା ଯାଞ୍ଚ ପରେ ଏଏଲଏଚ ହେଲିକପ୍ଟରକୁ ରନୱେରୁ ହଟାଇ ଦିଆଯାଇଛି। ଖୁବ ଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି।”

Share Now:

Kalinga News Beuro

Next Post

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Sun Mar 26 , 2023
ସୁନ୍ଦରଗଡ଼: ଏକବିଂଶ ଶତାଦ୍ଦୀରେ ଓଡ଼ିଶା ହେଉ କି ଭାରତ, ଅନେକ ପରିବର୍ତ୍ତନ ହୋଇସାରିଛି। ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛେ ସତ, କିନ୍ତୁ ଆମର ସମାଜରୁ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ। ଏହି ଅନ୍ଧବିଶ୍ବାସକୁ କେନ୍ଦ୍ର କରି ରାଜ୍ୟରେ ବିଭିନ୍ନ ସମୟରେ ହିଂସା କାଣ୍ଡ ମଧ୍ୟ ଘଟୁଥିବାର ନଜିର ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନ୍ଧବିଶ୍ବାସ ଏବେବି ଯାଇନାହିଁ। ସୁନ୍ଦରଗଡ଼ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ […]
ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଅରେ ହାଣି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial