ସମାଜବାଦୀ ପାର୍ଟିର ସାଂସଦଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ସମାଜବାଦୀ ପାର୍ଟିର ସାଂସଦଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା ମହଙ୍ଗା ପଡିଲା

ଲକ୍ଷ୍ନୌ: ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଡକ୍ଟର ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ତାଲିବାନକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ଗତକାଲି ବିଳମ୍ବିତ ରାତିରେ ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ବିଜେପି ନେତାଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେପିର ପଶ୍ଚିମ ଉତ୍ତରପ୍ରଦେଶର ଉପସଭାପତି ରାଜେଶ ସିଙ୍ଗଲ ସମ୍ବଲ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସମାଜବାଦୀ ପାର୍ଟିର ସାଂସଦ ଡକ୍ଟର ବୁର୍କ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରୁଥିବା ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଅଧୀକ୍ଷକ ଚକ୍ରେଶ ମିଶ୍ର କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ସାଂସଦ ସଫିକୁର ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନ ହେଉଛି ଭାରତ ସରକାରଙ୍କ ଦ୍ୱାରା ଘୋଷିତ ଆତଙ୍କବାଦୀ ସଂଗଠନ, ଏଭଳି ବିବୃତ୍ତି ଦେଶଦ୍ରୋହ ଶ୍ରେଣୀରେ ରହିଛି। ଏଥିଲାଗି ଆଇପିସିର ଧାରା ୧୨୪ ଏ, ୧୫୩ ଏ ଏବଂ ୨୯୫ ଏ ଅନୁଯାୟୀ ସାଂସଦ ଡକ୍ଟର ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସାଂସଦ କିଛି ମିଡିଆ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ତାଲିବାନୀମାନେ ସେମାନଙ୍କ ସ୍ୱାଧୀନତା ପାଇଁ ଲଢେଇ କରିଛନ୍ତି, ଠିକ୍ ଯେପରି ସ୍ୱାଧୀନତା ସଂଗ୍ରାମୀମାନେ ଭାରତରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Wed Aug 18 , 2021
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୬ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୫ଜଣ ରହିଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୪୪୯୨ଟି କରୋନା ମାମଲା ରହିଛି। ସେହିପରି ଏବେ ବି ୩୧୫୩ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୭୮ଜଣଙ୍କ […]
ରାଜଧାନୀରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial