ଭଙ୍ଗାହେବ ବେଆଇନ କୋଠା:କୋଚି ପରେ ଭୁବନେଶ୍ୱର ଚିନ୍ତା

ଭୁବନେଶ୍ୱର: କେରଳର କୋଚି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ କୋଠା ଭଙ୍ଗାଯିବା ପରେ ଏବେ ଭୁବନେଶ୍ୱର ଚିନ୍ତା। କାରଣ ରାଜଧାନୀର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ। କ’ଣ ହେବ ସେମାନଙ୍କ ଭବିଷ୍ୟତ? ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବ କି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ଛନକା ପଶିଛି। ବିଶାଲ ଦେବ ବିଡିଏର ଉପାଧ୍ୟକ୍ଷ ଥିବା ସମୟରେ ସହରର ଛୋଟ ବଡ଼ ପ୍ରାୟ ୧୪୭ଟି ବେଆଇନ୍ କୋଠାକୁ ମାଟିରେ ମିଶାଇବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଇମ୍ପ୍ଲୋଜନ ମେଥଡରେ କୋଠା ଭାଙ୍ଗୁଥିବା ସଂସ୍ଥା ସହ ମଧ୍ୟ ଯୋଗାଯୋଗ ବି କରିଥିଲା ବିଡିଏ। ହେଲେ ଆଜି ଯାଏ ଗୋଟିଏ ବି ଭଙ୍ଗା ଯାଇନି।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ବିଡିଏ ପକ୍ଷରୁ ପ୍ରାୟ ୬ ହଜାରରୁ ଅଧିକ ବେଆଇନ୍ ନିର୍ମାଣ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୪୩୭ଟି ବେଆଇନ୍ ଉଚ୍ଚ ଅଟ୍ଟାଳିକା ରହିଛି। ଏଥିସହ ସଂଶ୍ଲିଷ୍ଟ ୪୨୩ ଜଣ ବିଲଡରଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। ତେବେ ବିଭିନ୍ନ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବାଧା ଉପୁଜୁଥିବା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଗଣମାଧ୍ୟମକୁ କହିଛନ୍ତି। ଦରକାର ପଡ଼ିଲେ କୋଚି ଭଳି ଏଠି ବି ଇମ୍ପ୍ଲୋଜନ ମେଥଡରେ ବିଲ୍‌ଡିଂ ଭଙ୍ଗାଯିବ ବୋଲି ସେ ସୂଚନା ଦେଇଛନ୍ତି। ଟାଉନ ପ୍ଲାନରଙ୍କ କହିବା କଥା ହେଉଛି ଯେ, ଯଦି ଭୁବନେଶ୍ୱରରେ ଏତେ ସଂଖ୍ୟକ ବେଆଇନ୍ କୋଠାକୁ ଚିରାଚରିତ ଢଙ୍ଗରେ ଭାଙ୍ଗିବାକୁ ବିଡିଏ ପଦକ୍ଷେପ ନିଏ, ତେବେ ବର୍ଷ ବର୍ଷ ଲାଗିଯିବ। ତେଣୁ ବର୍ତମାନ ସମୟରେ କୋଚି ଭଳି ଭୁବନେଶ୍ୱରରେ ବି ଇମ୍ପ୍ଲୋଜନ ମେଥଡରେ କୋଠା ଭଙ୍ଗାଯିବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Leave a Reply

Next Post

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମା’ କଟକ ଚଣ୍ତୀ : ସୌନ୍ଦର୍ଯ୍ୟ ପାଇଁ ସହାୟତା ନାହିଁ, ଭକ୍ତଙ୍କ ଦାନ ଦକ୍ଷିଣାରେ ଭରସା

Tue Jan 14 , 2020
କଟକ: ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲେ ବି କଟକର ଅନ୍ୟତମ ପରିଚୟ ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ପୀଠ ପ୍ରତି ଅବହେଳାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠୁଛି। କଟକ ଚଣ୍ତୀଙ୍କ ପୀଠର ବିକାଶ ପାଇଁ ଏଯାଏ ଆବଶ୍ୟକ ସର୍ବନିମ୍ନ ପଦକ୍ଷେପ ବି ନେଇ ନାହାନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial