ଆଜିଠାରୁ ୭ ଜଣ ଏକାଠି ହେବେ ନାହିଁ:ବଜାରରେ କେବଳ ବିକ୍ରି ହେବ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେନାହିଁ। ସେହିପରି ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ। ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ। ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ, ରେଷ୍ଟୁରାଣ୍ଟ, ବାର ବନ୍ଦ ରହିବ। ଅନ୍ୟାଦେଶ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଜିଲ୍ଲା ପ୍ରଶାସନର ସବୁ ବୈଠକ ବାତିଲ ହେବ।

ସଭା ସମିତି, ଯାନି ଯାତ୍ରା, ଜୟନ୍ତୀ ଆଦି ସବୁ ବନ୍ଦ ରହିବ। ଟ୍ୟାକ୍ସି ଓ ଅଟୋ ଦିନେ ଛାଡି ପରିବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି। ସେହିପରି ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି। ରବିବାର ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି ବାଗଚୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

Fri Mar 20 , 2020
ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଇଟାଲି ଫେରନ୍ତା ଯୁବକ କରୋନାର ଶିକାର ହୋଇଥିବା ବେଳେ ଏବେ ପୁଣି ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ଆକ୍ରାନ୍ତ ଥିବା ଅବସ୍ଥାରେ ଚିହ୍ନଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial