ଧୋକା ଦେଲା ଚୀନ ନିର୍ମିତ ଟେଷ୍ଟ କିଟ୍:ଭାରତ ବ୍ୟବହାର କରିବ ଦକ୍ଷିଣ କୋରିଆ ନିର୍ମିତ କିଟ୍

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ସମୟରେ ଚୀନ ଶସ୍ତା ଓ ତ୍ରୁଟିଯୁକ୍ତ ଟେଷ୍ଟ କିଟ ବିକ୍ରି କରି ଦେଶମାନଙ୍କୁ ଠକିଚାଲିଛି। ଭାରତରେ ମଧ୍ୟ ଚୀନ ନିର୍ମିତ ରାପିଡ ଟେଷ୍ଟିଂ କିଟ (ଆରଟି-ପିସିଆର)ରେ ଅନେକ ସମୟରେ ଭୁଲ ରିପୋର୍ଟ ଆସୁଥିବାରୁ ସରକାର ଆସନ୍ତା ଦୁଇଦିନ ପାଇଁ ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ଏହା ପରେ ଭାରତରେ ଏବେ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି। ଦକ୍ଷିଣ-କୋରିଆ କମ୍ପାନି ଏସଡି ବାୟୋସେନସର ପକ୍ଷରୁ ହରିୟାଣାର ମାନେସରରେ ଏକ କିଟ ନିର୍ମାଣକାରୀ କାରଖାନା ନିର୍ମାଣ କରାଯାଇଛି। ଏହି କାରଖାନାର କ୍ଷମତା ୫ ଲକ୍ଷ ରାପିଡ ଟେଷ୍ଟ କିଟ ରହିଛି। ଏହି କାରଖାନାରୁ ନିର୍ମାଣ ଆରମ୍ଭ ହୋଇଗଲାଣି ଓ ଆସନ୍ତା କିଛି ସପ୍ତାହ ମଧ୍ୟରେ କମ୍ପାନି ନିଜର ଉତ୍ପାଦନ ବୃଦ୍ଧି କରିବ। ରାପିଡ୍ ଟେଷ୍ଟିଂ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ନକରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ରାପିଡ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରି ଦେଇଥିଲେ। ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି। ମାତ୍ର ୫.୪ ପ୍ରତିଶତ ସଠିକ ରିପୋର୍ଟ ବାହାରୁଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ଆଉ ୩ ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

Wed Apr 22 , 2020
ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ରାଜ୍ୟରେ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା। ତେବେ ତିନି ଜଣ ପଜିଟିଭ୍ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧ରେ ପହଞ୍ଚିଲା। ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial