ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ:ବଜ୍ରପାତ ପାଇଁ କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଅମ୍ଫାନ୍‌ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି। ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି। ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫାନ ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳ ଆଦି ଜିଲ୍ଲାକୁ ବଜ୍ରପାତ ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଏଥିସହିତ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, କନ୍ଧମାଳ, କେନ୍ଦୁଝର, ଢ଼େଙ୍କାନାଳ, ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନାରେ ସମାନ୍ୟ ବର୍ଷା ହେବା ସହିତ ଘଡ଼ଘଡ଼ି ବିଜୁଳି ବି ମାରିବ। ଏହି ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପାଗମୁଖ୍ୟତଃ ଶୁଖିଲା ରହିବ। ୧୯ ତାରିଖରୁ ପବନର ବେଗ ବଢିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏଥିପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ଅଧିକ ବିପଦ ରହିଛି। ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ୍‌’:ଜୁନ୍‌ ୩୦ ଯାଏ ମାଗଣା ଚଲାଇ ପାରିବେ

Sun May 17 , 2020
ପ୍ରତି ୩୦ମିନିଟ ପରେ ସାଇକେଲ୍‌ ଲକ୍ ନକଲେ ଭଡ଼ା ପଡ଼ିବ ଭୁବନେଶ୍ୱର: ଲକ୍‌ଡାଉନ୍ ହେବା ଦିନଠାରୁ ଅଚଳ ହୋଇ ପଡ଼ିଥିବା ‘ମୋ ସାଇକେଲ୍‌’ ପୁଣି ଗଡ଼ିବ। ସୋମବାରଠାରୁ ୩୦୦ଟି ‘ମୋ ସାଇକେଲ୍‌’ ୫୦ଟି ପବ୍ଲିକ ବାଇ‌କ୍‌ ସେୟାରିଙ୍ଗ୍‌ (ପିବିଏସ୍‌) ଷ୍ଟେସନ୍‌ରେ ଉପଲବ୍ଧ ହେବ। ଲୋକମାନେ ମୋ ସାଇକେଲ୍‌ ଆପ୍‌ରେ ଲକ୍‌ ଖୋଲି ସାଇକେଲ୍‌ ଚଲାଇ ପାରିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ପ୍ରାୟ ୫୦ ଦିନ ମୋ ସାଇକେଲ୍‌ ଗଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial