ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ ଏସଟିଏଫ୍ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ ବ୍ୟବସାୟୀଙ୍କୁ ଉଠାଇ ନେଇଥିଲା। ଉଭୟଙ୍କ ଘର ଦଶପଲ୍ଲା ଥାନା ଅଞ୍ଚଳରେ। ଏମାନଙ୍କ ନିକଟରୁ ଦୁଇଟି କଲରା ପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରାଯାଇଛି। ଏମାନେ କେଉଁଠୁ ଏହି ଛାଲ ଆଣିଥିଲେ, କେଉଁଠାକୁ ଚାଲାଣ କରୁଥିଲେ, ସେ ସବୁର ଏସଟିଏଫ୍ ତଦନ୍ତ କରୁଛି। ଏଥିନେଇ ଏସଟିଏଫ୍ ଏକ ମାମଲା ରୁଜ୍ଜୁ କରିଥିବା ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Share Now:

Kalinga News Beuro

Next Post

ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

Tue Jun 9 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି […]
ଅଗଷ୍ଟ ଲାଗି କରୋନା କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial