ଭୁବନେଶ୍ୱରରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ତାଙ୍କର ଘର ଡୁମଡୁମା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଜଣେ ୪୮ ବର୍ଷିୟ ପୁରୁଷ। ସେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିବାର ସୂଚନା ଦିଆଯାଇଛି। ଅନ୍ୟ ଦୁଇଜଣ ହେଲେ ଭୀମପୁରର ୨୭ ବର୍ଷିୟ ଓ ଭରତପୁରର ୩୬ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ। ନିକଟରେ ଉଭୟ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ଥିଲେ। ବର୍ତ୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡ଼ୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୪୨ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ଭାରତ-ଜାପାନ ମିଳିତ ଚନ୍ଦ୍ର ଅଭିଯାନ:ଲ୍ୟାଣ୍ଡ୍‌ର ଟେକ୍ନୋଲୋଜିର ନେତୃତ୍ୱ ନେବ ‘ଇସ୍ରୋ’

Sat Jun 13 , 2020
ବେଙ୍ଗାଲୁରୁ: ଭାରତ ଓ ଜାପାନ ଆରମ୍ଭ କରିବାକୁ ଯାଉଛନ୍ତି ମିଳିତ ଚନ୍ଦ୍ର ଅଭିଯାନ ‘ଲୁନାର୍ ପୋଲାର୍ ‌ଏକ୍ସପ୍ଲୋରେସନ୍’ (ଏଲ୍‌ପିଇ)। ପ୍ରଥମ ଥର ପାଇଁ ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ଉଭୟ ଦେଶ ଏକ ଲ୍ୟାଣ୍ଡର୍ ଅବତରଣ କରାଇବେ ବ‌ୋଲି ଆଶା କରୁଛନ୍ତି। ଏହି ଲ୍ୟାଣ୍ଡର୍‌ ନିର୍ମାଣରେ ନେତୃତ୍ୱ ଗ୍ରହଣ କରୁଛି ଭାରତର ‘ଇସ୍ରୋ’। ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସେୟାର୍ କରିଥିବା ବିବରଣୀ ଅନୁସାରେ, ୨୦୨୩ ପରେ ଏହି ଅଭିଯାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial