କବି ଭରତଚନ୍ଦ୍ର ଦାଶଙ୍କ କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପିତ

'ପ୍ରୀତିରୁପା' ଲୋକାର୍ପିତ

ଭଦ୍ରକ /ତିହିଡି : ମଣିଷ ଜୀବନର ଅନୁଭୂତି ଓ ଉପଲବ୍ଧିକୁ ନେଇ କବିଟିଏ କବିତା ରଚନା କରେ। ସେ ଅନୁଭୁତିରେ ଥାଏ ବିରହ ,ବିଚ୍ଛେଦ ,ଦୁଃଖ ,ଅବସାଦ ଓ ଅବଶୋଷ। କବି ପ୍ରେମକୁ ନେଇ ପ୍ରେମ କବିତା ମଧ୍ୟ ଲେଖେ। ଏହି ପ୍ରେମ କବିତା ଶାଶ୍ୱତ ହେଲେ ପାଠକୀୟ ଆଦୃତି ଲାଭ କରିଥାଏ ଓ କାଳଜୟୀ ହୁଏ ବୋଲି କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ତିହିଡି ସଂଗୀତ ମହାବିଦ୍ୟାଳୟ ପରିସରରେ ପ୍ରଗତିଶୀଳ ସାହିତ୍ୟ ,ସଂଗୀତ ଓ ସାଂସ୍କୃତିକ ସଂଗଠନ ‘ସଖା’ ଓ ମାର୍କୋଣା ସାରସ୍ୱତ ପ୍ରକାଶନ ମିଳିତ ଅନୁକୁଲ୍ୟରେ ‘ସଖା’ର ସଭାପତି କବି ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ପୌରହିତ୍ୟରେ ସାମାଜିକ ଦୂରତା ରକ୍ଷା କରି ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଉଦ୍ଘାଟକ ଭାବେ ଯୋଗଦେଇ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ‘ପ୍ରୀତିରୁପା’କୁ ଲୋକାର୍ପିତ କରିଥିଲେ। ମୁଖ୍ୟ ଅତିଥିଭାବେ ତିହିଡି ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂ ,ମୁଖ୍ୟ ବକ୍ତା ଭାବେ ପାଳିଆବନ୍ଧ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱରଂଜନ ଦାସ ,ସମ୍ମାନିତ ଅତିଥିଭାବେ କବି ସଂଜିତ ବଳ ଓ ଗୀତିକାର ପଞ୍ଚାନନ ନାୟକ ଯୋଗଦେଇ କବିତା ସଂକଳନ ପ୍ରୀତିରୁପା ଉପରେ ଆଲୋଚନା କରିଥିଲେ। କବିତା ସଂକଳନ ପ୍ରୀତିରୁପାର ସ୍ରଷ୍ଟା ଭରତଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଯୁବ ଗାଳ୍ପିକ କୈଳାସ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଖା ର ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ସଭାରେ ଡ଼ଃ ରଞ୍ଜନ କୁମାର ମୁଦୁଲି ,କମଳଶ୍ରୀ ମହାନ୍ତି ,ରଞ୍ଜନ କୁମାର ନାୟକ ,ମନୋଜ କୁମାର ପଣ୍ଡା , ସମାଜସେବୀ ସଚ୍ଚିକାନ୍ତ ନାୟକ , କବି ମନୋରଞ୍ଜନ ମୁଦୁଲି ,ଭଗବାନ ପାଣିଗ୍ରାହୀ ,ବିଭୁତି ଭୂଷଣ ସେନାପତି ,ଭାଗବତ ସେନାପତି ,ରବି କୁମାର ମହାନ୍ତି ,ଆଶୁତୋଷ କରଣ,ବାବୁରାମ ରାଉତ ,ସୁଧାଂଶୁ ନାୟକ ,ପୁଷ୍ପାଞ୍ଜଳି ତ୍ରିପାଠୀ ,ନୀଳାମ୍ବର ସେଠୀ,ସୁବାସ ଦାସ ,ସୁଧାରଞ୍ଜନ ମହାନ୍ତି , ଭାସ୍କର ସେଠୀ ,ଦେବେନ୍ଦ୍ର ମହାଳିକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ସାହିତ୍ୟିକ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ।

Share Now:

Kalinga News Beuro

Next Post

କୋଭିଡ୍‌ ସଂକଟର ବିକଳ ସ୍ଥିତି: କେବଳ ୫୫% ପରିବାର ପାଇଁ ଦି’ଥର ଖାଇବା ସମ୍ଭବ

Mon Jul 20 , 2020
ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ତଥା ସାମାଜିକ ସଂକଟ ବେଳେ ସାଧାରଣ ଲୋକଙ୍କୁ ନାନା ଅସୁବିଧା ସହି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଛି। ଏପରିକି ୫୫ ପ୍ରତିଶତ ପରିବାର ଦିନକୁ କେବଳ ଦୁଇଥର ଖାଇବା ପାଇଁ କୌଣସି ମତେ ସାଧନ ଯୋଗାଡ଼ କରିପାରିଥିଲେ ବୋଲି ଜଣାଯାଇଛି। ଗତ ଏପ୍ରିଲ ପହିଲାରୁ ମେ ୧୫ ଭିତରେ ୨୪ଟି ରାଜ୍ୟ ଏବଂ ଦିଲ୍ଲୀ ଓ ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର […]
କୋଭିଡ୍‌ ସଂକଟର ବିକଳ ସ୍ଥିତି କେବଳ ୫୫% ପରିବାର ପାଇଁ ଦି’ଥର ଖାଇବା ସମ୍ଭବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial