ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍

ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍

ବିଏମ୍‌ସି ହସ୍ପିଟାଲ୍‌ରେ ଲାଗିଲା ସାନିଟାଇଜ୍‌ର ମେସିନ୍

ପୁରୁଣା ଭୁବନେଶ୍ବର: ବିଏମ୍‌ସି ହସ୍ପିଟାଲ୍‌ରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ରୋଗୀମାନଙ୍କୁ ଆଡ୍‌ମିସନ୍‌ କରାଇବା ପୂର୍ବରୁ କରୋନା ରିପୋର୍ଟ ପ୍ରଦର୍ଶନ କରିବାକୁ କୁହାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ରୋଗୀମାନଙ୍କୁ କେବଳ ଆଡମିସନ୍‌ କରାଯାଉଛି। ଅର୍ଥାତ୍ ଏଣିକି ବିନା କରୋନା ରିପୋର୍ଟରେ ବିଏମ୍‌ସି ହସ୍ପିଟାଲରେ ଆଡ୍‌ମିସନ୍ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଯେଉଁ ରୋଗୀ ବହିର୍ବିଭାଗରେ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ ଆସୁଛନ୍ତି ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। ମୁଖ୍ୟ ଚିକିତ୍ସାଧିକାରୀ ଜିତେନ୍ଦ୍ର ମୋହନ ବେବର୍ତା କହିଛନ୍ତି, ସରକାରଙ୍କ ଗାଇଡ଼୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଉଛି। ଅପରପେକ୍ଷ ଗତକାଲି ହସ୍ପିଟାଲରେ ସାନିଟାଇଜ୍‌ର ମେସିନ୍‌ ଲଗାଯାଇଛି।

Share Now:

Kalinga News Beuro

Next Post

ଦେଶର ୨, ୯୬୭ ବାଘରୁ ୨୩୧ଟି ଅଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ

Wed Jul 29 , 2020
ନୂଆଦିଲ୍ଲୀ: ଦେଶରେ ଥିବା ମୋଟ୍ ୨, ୯୬୭ଟି ବାଘ ମଧ୍ୟରୁ ସର୍ବାଧିକ ସଂଖ୍ୟକ ବାଘ ୨୩୧ଟି ଅଛନ୍ତି କେବଳ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ। ମଙ୍ଗଳବାର ଦିନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍ ରିଲିଜ୍ କରିଥିବା ‘ଷ୍ଟାଟସ୍ ଅଫ୍ ଟାଇଗର୍ସ, କୋପ୍ରିଡାଟର୍ସ ଆଣ୍ଡ୍ ପ୍ରେ ଇନ୍ ଇଣ୍ଡିଆ’ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ୨୦୦୬ରେ କର୍ବେଟ୍‌ରେ ବାଘସଂଖ୍ୟା ଥିଲେ ୧୩୭। ୨୦୧୦ରେ ତାହା ବୃଦ୍ଧି […]
ଦେଶର ୨, ୯୬୭ ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial