ଦେଶର ୨, ୯୬୭ ବାଘରୁ ୨୩୧ଟି ଅଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ

ଦେଶର ୨, ୯୬୭ ବାଘ

ନୂଆଦିଲ୍ଲୀ: ଦେଶରେ ଥିବା ମୋଟ୍ ୨, ୯୬୭ଟି ବାଘ ମଧ୍ୟରୁ ସର୍ବାଧିକ ସଂଖ୍ୟକ ବାଘ ୨୩୧ଟି ଅଛନ୍ତି କେବଳ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ। ମଙ୍ଗଳବାର ଦିନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍ ରିଲିଜ୍ କରିଥିବା ‘ଷ୍ଟାଟସ୍ ଅଫ୍ ଟାଇଗର୍ସ, କୋପ୍ରିଡାଟର୍ସ ଆଣ୍ଡ୍ ପ୍ରେ ଇନ୍ ଇଣ୍ଡିଆ’ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ୨୦୦୬ରେ କର୍ବେଟ୍‌ରେ ବାଘସଂଖ୍ୟା ଥିଲେ ୧୩୭। ୨୦୧୦ରେ ତାହା ବୃଦ୍ଧି ପାଇ ୧୭୪ ଏବଂ ୨୦୧୪ରେ ୨୧୫ରେ ପହଞ୍ଚିଥିଲା। କର୍ବେଟ୍ ଜାତୀୟ ଉଦ୍ୟାନର ନିର୍ଦ୍ଦେଶକ ରାହୁଳ କହନ୍ତି, ବାଘସଂଖ୍ୟା ୨୫୦ ହେବ ବୋଲି ଆମେ ଆଶା କରିଥିଲୁ। ବାଘସଂଖ୍ୟାରେ କର୍ବେଟ୍ ଜାତୀୟ ଉଦ୍ୟାନ ପଛକୁ ରହିଛନ୍ତି କର୍ଣ୍ଣାଟକର ନାଗରହୋଲ୍ ଓ ବନ୍ଦିପୁର। ଉଭୟ ସ୍ଥାନରେ ଯଥାକ୍ରମେ ୧୨୭ ଓ ୧୨୬ଟି ବାଘ ଅଛନ୍ତି।

ସେହିଭଳି ମଧ୍ୟପ୍ରଦେଶର ବାନ୍ଧବଗଡ଼ ଓ ଆସାମର କାଜିରଙ୍ଗାରେ ୧୦୪ଟି ଲେଖାଏଁ ବାଘ ଅଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ବାଘସଂଖ୍ୟାରେ ଶୀର୍ଷରେ ରହିଛି ମଧ୍ୟପ୍ରଦେଶ। ଗତ ଥର ସେଠାରେ ୨୦୮ଟି ବାଘ ଥିବା ବେଳେ ଏଥର ଅଛନ୍ତି ୫୨୬ଟି ବାଘ। କର୍ଣ୍ଣାଟକରେ ମଧ୍ୟ ଗତ ଥର ୪୦୬ଟି ବାଘ ଥିଲେ ଏବଂ ଏଥର ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୫୨୪ରେ ପହଞ୍ଚିଛି। ଉତ୍ତରପ୍ରଦେଶର ସୋହାଗି ବରୱାରେ ମାତ୍ର ଗୋଟିଏ ବାଘ ଅଛି। ଗତ ଥର ୩୪୦ଟି ବାଘ ଥିବା ଉତ୍ତରାଖଣ୍ଡ ବାଘସଂଖ୍ୟା ୪୪୨କୁ ବୃଦ୍ଧି ପାଇ ଦେଶର ତୃତୀୟ ସ୍ଥାନରେ ରହିଛି। ସେମିତି ମିଜୋରାମର ଡମ୍ପା ଏବଂ ପଶ୍ଚିମବଙ୍ଗର ବକ୍ସା ମଧ୍ୟରେ ଥିବା ବାଘମାନଙ୍କ ମଧ୍ୟରୁ ଛଅଟି ମରିଯାଇଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅଖିଳ ଭାରତୀୟ ବ୍ୟାଘ୍ର ଗଣନା ହୋଇଥାଏ। ସଦ୍ୟତମ ବ୍ୟାଘ୍ର ଗଣନା ୨୦୧୮ରେ କରାଯାଇଥିଲା।

Share Now:

Kalinga News Beuro

Next Post

ଦାନଗଦିରେ ୬୦ ବର୍ଷିଅ ବ୍ୟକ୍ତିଙ୍କୁ ହତ୍ୟା ସନ୍ଦେହ

Wed Jul 29 , 2020
ଯାଜପୁର: ଯାଜପୁରର ଦାନଗଦିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୬୦ ବର୍ଷର ବ୍ୟକ୍ତିଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଉଛନ୍ତି ଯାଜପୁର ରୋଡ୍‌ ଦାନଗଦି ଫାଣ୍ଡି ଅନ୍ତର୍ଗତ ଖପୁରିଆପଦା ଗାଁର ଶରତ ଚନ୍ଦ୍ର ଭୋଳ। ଶରତ ଗତକାଲି ସଂଧ୍ୟାରେ କେଉଁ କାମରେ ଘରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କୁ ସନ୍ଦେହ […]
ଦାନଗଦିରେ ୬୦ ବର୍ଷିଅ ବ୍ୟକ୍ତିଙ୍କୁ ହତ୍ୟା ସନ୍ଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial