ବସ୍‌ରେ ଫେରୁଥିବା ଆକ୍ରାନ୍ତଙ୍କୁ ଜଗିବ କିଏ?

ବସ୍‌ରେ ଫେରୁଥିବା ଆକ୍ରାନ୍ତଙ୍କୁ ଜଗିବ କିଏ-1

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ୧୨ଟି ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏଥିରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କାନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି କୁହାଯାଇଛି। ହେଲେ ଏଥିରେ ବସ୍ ଫେରନ୍ତାଙ୍କ ଉପରେ ନିରୀକ୍ଷଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁ ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦର ଓ ରେଳଷ୍ଟେସନ୍‌ରେ ପରୀକ୍ଷା ପାଇଁ କୁହାଯାଇଛି, ତହିଁରୁ ଅନେକ ଲୋକ ବସ୍‌ରେ ଏହି ଦୁଇ ରାଜ୍ୟରୁ ଫେରୁଛନ୍ତି। ପ୍ରତ୍ୟେକ ଦିନ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅନେକ ବସ୍ ଏହି ଦୁଇ ରାଜ୍ୟକୁ ଯିବା ଆସିବା କରୁଛି। ଓଡ଼ିଶାକୁ ଫେରୁଥିବା ସବୁ ଯାତ୍ରୀଙ୍କ କାହିଁକି ଥର୍ମାଲ ସ୍କାନିଂ ଓ ରାପିଡ୍‌ କିଟ୍‌ରେ ପରୀକ୍ଷା କରାଯିବ ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅନ୍ୟ ରାଜ୍ୟରୁ ମଧ୍ୟ ଯାତ୍ରୀମାନେ ଏସବୁ ରାଜ୍ୟ ଦେଇ ଓଡ଼ିଶାକୁ ଫେରୁଛନ୍ତି। ତେଣୁ ଏସବୁ ଯାତ୍ରୀଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଅନେକ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ସାମାଜିକ ଗଣମାଧ୍ୟମକୁ ‌ଅଙ୍କୁଶ: ଜାରି ହେଲା ନିୟମାବଳି, ୩ ମାସ ପରେ କାର୍ଯ୍ୟକାରୀ

Fri Feb 26 , 2021
ନୂଆଦିଲ୍ଲୀ : ଫେସ୍‌ବୁକ୍, ଟ୍ବିଟର୍‌ଭଳି ସୋସିଆଲ୍ ମିଡିଆ, ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍ ଭିଡିଓ ଭଳି ଓଭର୍ ଦି ଟପ୍ (ଓଟିଟି ପ୍ଲାଟ୍‌ଫର୍ମ ଯାହା ୱେବ ସିରିଜ୍ ପାଇଁ ପରିଚିତ) ପ୍ଲାଟଫର୍ମ ଓ ଡିଜିଟାଲ୍‌ ନିଉଜ ଉପରେ ସରକାର ଲଗାମ ଲଗାଇଛନ୍ତି। ଏଗୁଡ଼ିକର ନିୟନ୍ତ୍ରଣ ପାଇଁ ଆଜି ନିୟମାବଳି ବା ଗାଇଡଲାଇନ୍ ଜାରି କରାଯାଇଛି। ସରକାରଙ୍କ ଏହି ନି‌ଷ୍ପତ୍ତି ସଂପର୍କରେ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ […]
ସାମାଜିକ ଗଣମାଧ୍ୟମକୁ ‌ଅଙ୍କୁଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial