ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ସତୀଶ କୁମାର

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା: 
ଗୋଲ୍‌ଡ୍‌ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ ଭାରତର ସତୀଶ କୁମାର ଶିବଲିଙ୍ଗମ୍‌ ୭୭ କେ. ଜି. ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। କ୍ରୀଡ଼ା ଆରମ୍ଭ ଦିନ ଏବଂ ତହିଁ ଆର ଦିନ ଭାରତର ମୀରାବାଈ ଚାନୁ ଏବଂ ସଞ୍ଜିତା ଚାନୁ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ସତୀଙ୍କ ସ୍ୱର୍ଣ୍ଣ ପଦକ ହେଉଛି ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣପଦକ।
ଦ୍ୱିତୀୟ ଉଦ୍ୟମ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୭୩ କେ. ଜି. ଭାର ଉତ୍ତୋଳନ କରିବା ପରେ ତୃତୀୟ ଉଦ୍ୟମରେ ସ୍ନାଚ୍‌ରେ ଶିବଲିଙ୍ଗମ୍‌ ୧୪୪ କେ. ଜି. ଭାର ଉତ୍ତୋଳନ କରିଥିଲେ।
ଶିବଲିଙ୍ଗମ୍‌ ଇଂଲଣ୍ଡର୍‌ ଜ୍ୟାକ୍‌ ଅଲିଭର୍‌ଙ୍କୁ ୫ କେ. ଜି.ରେ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ରଖିଥିଲେ। ଅଷ୍ଟ୍ରେଲିଆର ଫ୍ରାଙ୍କୋଇସ୍‌ ଇଟୋଉନ୍ଦି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ।
ସ୍ନାଚ୍‌ରେ ସିଡବ୍ଲୁଜି ରେକର୍ଡଧାରୀ ଅଭିଜ୍ଞ ଶିବଲିଙ୍ଗମ୍‌ ଭଲ ପ୍ରଦର୍ଶନ କରି ପାରି ନ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଶୀର୍ଷସ୍ତରରେ ପହଞ୍ଚିବାରୁ ଖୁସି ଥିବା ପରି ଜଣାପଡୁଥିଲେ।

Share Now:

Kalinga News Beuro

Leave a Reply

Next Post

ଟିଟୋ ଗ୍ୟାଙ୍ଗ ସକ୍ରିୟ: କଟକରେ ପୁଣି ଏନ୍‌କାଉଣ୍ଟର,ଟୁଟୁନି ଆହତ

Sat Apr 7 , 2018
କଟକ : ଗତକାଲିର ଡବଲ୍‌ ଏନକାଉଣ୍ଟର ପରେ ଆଜି କଟକ ପୁଲିସ୍‌ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ଆଜିର ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial