ରାଜକୋଟ ଟେଷ୍ଟ : ଭାରତକୁ ସଂକଟରୁ ଉଦ୍ଧାର କଲେ ରୋହିତ, ଜାଦେଜା

ରାଜକୋଟ: ରାଜକୋଟରେ ଆରମ୍ଭ ହୋଇଥିବା ୩ୟ ଟେଷ୍ଟରେ ଭାରତର ଅଧିନାୟକ ରୋହିତ ଶର୍ମା ଆକର୍ଷଣୀୟ ଶତକ ଅର୍ଜନ କରିଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ୱୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ। ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୮୬ ରନ କରି ଅପରାଜିତ ଅଛନ୍ତି। ତାଙ୍କ ସହ କ୍ରିଜରେ ଅରଫରାଜ୍ ଖାଁ ଅଛନ୍ତି। ସର୍ବଶେଷ ସୂଚନା ଅନୁସାରେ ଭାରତ ୪ ଓ୍ବିକେଟ ହରାଇ ୨୪୪ ରନ କରିଛି। ଏହା ସହ ସେ ଅନେକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। ରୋହିତ ଶର୍ମା ଗତ ବର୍ଷ ଜୁଲାଇରେ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ, ଯେତେବେଳେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା। ଅର୍ଥାତ୍ ପ୍ରାୟ ୬ ମାସ ପରେ ସେ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଏହା ଦଳ ପାଇଁ ଏକ ଭଲ ସଂକେତ ବୋଲି ମନେକରାଯାଉଛି।

Share Now:

Kalinga News Beuro

Next Post

ଓମାର ଆୟୁବଙ୍କୁ ପିଟିଆଇର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଇମ୍ରାନ ଖାଁ

Thu Feb 15 , 2024
ଲାହୋର : ପାକିସ୍ତାନରେ ନିର୍ବାଚନ ଫଳାଫଳ ଚୂଡ଼ାନ୍ତ ଘୋଷଣା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦଳ ସରକାର ଗଠନ କରିବାରେ ସକ୍ଷମ ହୋଇନାହାନ୍ତି। ନୱାଜ ସରିଫଙ୍କ ପିଏମଏଲ-ଏନ ସର୍ବବୃହତ ଦଳ ଭାବେ ୭୫ ଟି ଆସନ ହାସଲ କରିଛି। ଏପର୍ଯ୍ୟନ୍ତ ନୱାଜ ସରକାର ଗଠନ ପାଇଁ ଦାବି କରୁଥିଲେ। ଏହାପରେ ସେ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତାବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial