ଆଜି ରାଜ୍ୟରେ ସର୍ବାଧିକ ୧୩ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ଘଟିଥିବା ବେଳେ, କୋରାପୁଟ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ନୟାଗଡ଼, ବରଗଡ଼ ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆଜି ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ଭିତରେ ୧୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଗଞ୍ଜାମର ୫ଜଣ ମୃତକ ପୁରୁଷଙ୍କ ବୟସ ୬୫, ୪୦, ୩୭, ୬୬ ଓ ୫୦ ବର୍ଷ। ମହିଳାଜଣକ ୬୦ ବର୍ଷ ବୟସ୍କା। କୋରାପୁଟର ମୃତକମାନେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୪୭ ଓ ୬୫ ବର୍ଷ। ଖୋର୍ଦ୍ଧାର ଦୁଇ ପୁରୁଷ ମୃତକଙ୍କ ବୟସ ଯଥାକ୍ରମେ ୬୦ ଓ ୫୨ ବର୍ଷ। ୫୨ ବର୍ଷ ବୟସ୍କ ପୁରୁଷଜଣକ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ବରଗଡ଼ରେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଉକ୍ତ ପୁରୁଷଙ୍କ ବୟସ ୩୯ ବର୍ଷ ବୋଲି ଜଣାଯାଇଛି। ବାଲେଶ୍ୱରର ମୃତକ ଜଣେ ୮୧ ବର୍ଷ ବୟସ୍କ ପୁରୁଷ ଏବଂ ନୟାଗଡ଼ରେ ୬୦ ବର୍ଷିୟ ପୁରୁଷ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୩୦,୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୬୫ ରହିଛି।

Share Now:

Kalinga News Beuro

Next Post

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷେ

Sun Aug 9 , 2020
ଶପଥପାଠ କରାଇଲେ ସାନଭାଇ ରାଷ୍ଟ୍ରପତି ଗୋତବାୟ ରାଜ‌ପକ୍ଷେ କଲମ୍ବୋ: ଜାତୀୟ ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ରବିବାର ଦିନ ଚତୁର୍ଥ ଥର ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଜନତାଙ୍କ ସେବା ନିମନ୍ତେ ପୁଣି ଥରେ ସୁଯୋଗ ଦିଆଯାଇଥିବାରୁ ମୁଁ ବାଧିତ। ଶ୍ରୀଲଙ୍କାବାସୀଙ୍କ ବିଶ୍ୱାସ ମତେ ମୋ ଦେଶର ସେବା […]
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial