ସବୁ ରାଜ୍ୟଙ୍କୁ ଏନ୍‌ଏଚ୍‌ଆରସିର ନିର୍ଦ୍ଦେଶ : ମାନସିକ ସ୍ୱାସ୍ଥ୍ୟ ଅଧିକାର ଆକ୍ସନ ରିପୋର୍ଟ ଦିଅ

ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ : ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ବାରା ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ଆବଶ୍ୟକୀୟ ପଦକ୍ଷେପ ନନେବା ତଥା କରୋନା ମହାମାରୀ ସମୟରେ ଆତ୍ମହତ୍ୟାର ଧାରା ବୃଦ୍ଧି ହୋଇଥିବାର ଶ୍ରୀ ତ୍ରିପାଠୀ ପିଟିସନରେ ଦର୍ଶାଇଛନ୍ତି। ପ୍ରତ୍ୟେକ ନାଗରିକଙ୍କର ମାନସିକ ସ୍ବାସ୍ଥ୍ୟ ଅଧିକାରକୁ ସୁନିଶ୍ଚିତ କରିବା ତଥା ମାନସିକ ରୋଗରେ ନିରାକରଣ ତଥା ଚିକିତ୍ସା ପାଇଁ ସେ ଏନଏଚଆରସିଙ୍କର ହସ୍ତକ୍ଷେପ ଲୋଡିଛନ୍ତି।

Share Now:

Kalinga News Beuro

Next Post

ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର୍

Tue Aug 25 , 2020
ବାଲିଗୁଡ଼ା : କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର୍ ଲଗାଯାଇଛି। ବାଲିଗୁଡ଼ା ଥାନା ଅଧୀନ ନକ୍ସଲପ୍ରବଣ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ ପୋଷ୍ଟର୍‌ରେ ଆଇଏନ୍‌ପିପିଏଫ୍‌ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜାଲଗୁ ହିଂସା କେଉଁ ଅଧିକାରରେ ଓ […]
ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial