ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ: ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି। ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ ଫୁଟ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୦ ହଜାର ୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ବୋଲି ଜଣାପଡ଼ିଛି। ଗତ ଅଗଷ୍ଟମାସରେ ଛତିଶଗଡ଼ ଓ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବିପଦସଂକେତ ନିକଟବର୍ତ୍ତୀ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୪୬ଟି ଗେଟ ଖୋଲା ଯାଇଥିଲା। ଏହାଯୋଗୁଁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା।

Share Now:

Kalinga News Beuro

Next Post

ଭାରତ ଆଗରେ ମୁଣ୍ଡ ନୂଆଇଁଲା ଚୀନ

Wed Sep 23 , 2020
ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା ନୂଆଦିଲ୍ଲୀ: ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ। ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି। ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର […]
ଭାରତର ଆଗରେ ହାର ମାନିଲା ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial