ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ

ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ: ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ। ପୂର୍ବରୁ କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ନେଇ ଜଣା ପଡ଼ିଥିବା ବେଳେ ଏବେ କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଜଣାଯାଇଛି। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ବର୍ଷୀୟା ନାବାଳିକାର କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି କମ ହୋଇଥିବା କଥା କହିଛନ୍ତି ଡାକ୍ତର। ଡାକ୍ତରଙ୍କ କହିବା ମୁତାବକ, କୋଭିଡ୍ -୧୯ ସଂକ୍ରମଣ ଦ୍ୱାରା ୧୧ବର୍ଷୀୟା ନାବାଳିକା ଆକ୍ୟୁଟ୍ ଡେମେଲିନାଟିଂ ସିଣ୍ଡ୍ରୋମ (ଏଡିଏସ)ର ଶିକାର ହୋଇଥିବା ଜଣା ପଡ଼ିଥିଲା। ସେ ଆମେରିକାରୁ ଆସିଥିବା ବେଳେ ଧିରେ ଧିରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ଜଣାଇଥିଲେ। କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ ବୋଲି ଆମେ ଜାଣିଛେ। କିନ୍ତୁ ନାବାଳିକାର ଏଭଳି ଅବସ୍ଥା କରୋନା ଭୂତାଣୁ ପାଇଁ ହୋଇଥିବା ଜାଣି ଆମେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରୁଛୁ। ତେବେ ଇମ୍ୟୁନୋଥେରାପି ଦ୍ୱାରା ନାବାଳିକାର ଚିକିତ୍ସା କରାଯାଇଥିବା ‌ବେଳେ ଏବେ ତାଙ୍କର ୫୦ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଛି ଏବଂ ‌ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

Share Now:

Kalinga News Beuro

Next Post

ବାଲିଅନ୍ତା ଅଞ୍ଚଳରେ ଅସାମାଜିକଙ୍କ ଉତ୍ପାତ: ନେଇଗଲେ ୨୭ ଛେଳିମେଣ୍ଢା

Tue Oct 20 , 2020
ବାଲିଅନ୍ତା : କିଛିଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରଙ୍କ ଉତ୍ପାତ ପୁଣି ବୃଦ୍ଧି ପାଇଛି। ଗତରାତିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୨୭ଟି ଛେଳିମେଣ୍ଢା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଯାଇଥିବା ଗୃହପାଳିତ ପ୍ରାଣୀଙ୍କର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଦୁର୍ବୃତ୍ତମାନେ ଗୁହାଳ ତାଲା ଭାଙ୍ଗି ଛେଳିମେଣ୍ଢାଙ୍କ ମୁହଁରେ ନିଶା ସ୍ପ୍ରେ କରି ବେହୋସ କରାଇବା […]
ନେଇଗଲେ ୨୭ ଛେଳିମେଣ୍ଢା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial