କଂଗ୍ରେସ ଆରମ୍ଭ କଲା ଚାରି ରାଜ୍ୟର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା

କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ତେଲେଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଶୀର୍ଷ ନେତୃତ୍ବ ଏହି ୪ ରାଜ୍ୟର ନେତୃମଣ୍ଡଳୀ ଏବଂ ବିଦ୍ରୋହୀ ନେତାଙ୍କ ସହ ଆଲୋଚନା କରି ନେତୃତ୍ବ ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତେଲେଙ୍ଗାନା କଂଗ୍ରେସ ସଭାପତି ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଦଳର ଖରାପ ପ୍ରଦର୍ଶନ ପାଇଁ ଗୁଜରାଟ କଂଗ୍ରେସ ସଭାପତି ଅମିତ ଚାଓଡ଼ା ମଧ୍ୟ ଇସ୍ତଫା ଦେଇଛନ୍ତି। ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ମଧ୍ୟ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ଗତ ଶନିବାର ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟିରେ ପରିବର୍ତ୍ତନ କରାଯାଇଛି। ସେହିଭଳି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆସାମ ଏବଂ କେରଳ ପାଇଁ ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାର ଅଛି। ନବନିଯୁକ୍ତ ଏଆଇସିସି ସମ୍ପା‌ଦକ ଆସାମ ପାଇଁ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଏବଂ କେରଳ ପାଇଁ ସାଧାରଣ ସମ୍ପାଦକ ତାରିକ ଅନ୍‌ୱାରଙ୍କୁ ସହାୟତା କରିବେ। ଗତକାଲି ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ କାଠୁଆ ଜାଡ : ଆସନ୍ତା ୩ ଦିନରେ ୧୦ ଡିଗ୍ରିକୁ ଖସିବ ତାପମାତ୍ରା

Mon Dec 21 , 2020
ଭୁବନେଶ୍ବର: ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି। ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି। ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି। ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକେ […]
ଶୀତରେ ଥରହର ଭୁବନେଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial