୭ ଦିନରେ ୫ହଜାର ନମୁନା ସଂଗ୍ରହ ପାଇଁ ଜୋରଦାର ହେଲା ଅଭିଯାନ ଭୁବନେଶ୍ୱର : କରୋନା ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ୱରରେ ଆଜିଠାରୁ ନମୁନା ସଂଗ୍ରହ ଜୋରଦାର୍ ହୋଇଛି। ୭ ଦିନରେ ୫ ହଜାର କୋଭିଡ୍‌-୧୯ ପରୀକ୍ଷା ହେବାକୁ ଥିବାରୁ ପ୍ରଥମ ଦିନରେ ୮୩୮ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଏଥିରେ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୫୩ଜଣ, ଉତ୍ତର ଜୋନରେ ୯୬ଜଣ ଏବଂ ଦକ୍ଷିଣ-ପୂର୍ବ ଜୋନରେ ୫୮୯ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଦକ୍ଷିଣ-ପଶ୍ଚିମ […]

ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି ନୂଆଦିଲ୍ଲୀ : ଲକଡାଉନ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ୱିଗୁଣିତ ହାର (ଡବଲିଂ ରେଟ) ମାତ୍ର ୩ ଦିନ ଥିଲା, କିନ୍ତୁ ଏବେ ତାହା ୬.୨ ଦିନକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର […]

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ ଯେଉଁଠି ସର୍ଭେ କରି ରିପୋର୍ଟ ଦେଉଥିଲେ ବା ୧୦୪କୁ ଫୋନ୍‌ କରି ଯିଏ କରୋନା ଲକ୍ଷଣ ଥିବା କହୁଥିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା ହେଉଥିଲା। କିନ୍ତୁ ଏବେ ଲୋକମାନେ ଚାହିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରିପାରିବେ। ତାହା ବି ମାଗଣା‌ରେ। ଅଧିକରୁ ଅଧିକ ଲୋକଙ୍କ ଯେପରି ପରୀକ୍ଷା ହୋଇପାରିବ, ସେନେଇ ବ୍ୟବସ୍ଥା କରିବାକୁ ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ କୁହାଯାଇଛି। ୬ଜଣ ଆଇଏଏସ୍ […]

ଭୁବନେଶ୍ୱର : ଚୀନ୍‌ର ଉହାନ ସହର ଯେପରି କରୋନା ଆକ୍ରାନ୍ତଙ୍କ ପାଇଁ ଖାଁ ଖାଁ ହୋଇଯାଇଥିଲା, ଲୋକ ଘରୁ ବାହାରିବାକୁ ଡରୁଥିଲେ ଏବେ ସେମିତି ଅବସ୍ଥା ବମିଖାଲ ଜୟଦୁର୍ଗା ନଗରରେ। ସ୍ଥାନୀୟ ଲୋକ କହିଲେଣି ଯେ, ମାଳମାଳ କରୋନା ଆକ୍ରାନ୍ତଙ୍କ ପାଖରେ ରହୁଥିବାରୁ ଘରୁ ବାହାରି ହେଉନି, ପ୍ରଶାସନ ଆମର ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା କରୁ ନଥିବାରୁ ଆମକୁ ଭୟ ଲାଗୁଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ […]

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏବେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କରୋନା ଭଳି ମାରତ୍ମକ ଭୂତାଣୁ ସହ ଲଢ଼ିବା ପାଇଁ କୌଣସି ଟୀକା ଏଯାବତ୍‌ ବାହାରି ପାରି ନଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ଭାବେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି। ତେବେ, ଏହି ଔଷଧକୁ କିଛି ଲୋକ ଏବେ […]

ନୂଆଦିଲ୍ଲୀ: ଏପ୍ରିଲ୍ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୪୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯ […]

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳା ରୋଗ ଭୋଗିବାର ଆଶଙ୍କା ଦେଖାଦେଇଛି। ଏବେ ବରୋନା ବିଶ୍ୱମହାମାରୀ ମୁକାବିଲା ପାଇଁ ଶତାଧିକ ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ଶିଶୁମାନଙ୍କୁ ବିଭିନ୍ନ ଟିକାଦାନ ସେବାରେ ଗୁରୁତର ସଂକଟ ଉପୁଜିଛି। ସାଧାରଣତଃ ବିଦ୍ୟାଳୟରେ ବା ବିଭିନ୍ନ ସମାଗମ ସ୍ଥଳରେ ଏକାଦିକ୍ରମେ ବହୁସଂଖ୍ୟକ ଶିଶୁଙ୍କୁ ଟିକାଦାନ କରାଯାଇଥାଏ। ସେଭଳି ସ୍ଥିତି ସୃଷ୍ଟି କରିବା ଏବେ ଅସମ୍ଭବ ଥିବା ବେଳେ ମିଳିମିଳା ଜ୍ୱର […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆଜି ସକାଳୁ ଜଣେ ଓ ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଅଞ୍ଚଳର ଓ ତାଙ୍କର ବୟସ ୬୫ ବର୍ଷ। ସେହିଭଳି […]

ଭୁବନେଶ୍ୱର: ରାଜଧାନୀର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା। ୫ଟି କଣ୍ଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍। ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ବାଦ ଦିଆଯାଇଛି। ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଛି। ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି […]

ଭୁବନେଶ୍ୱର: କୋଭିଡ ୨୯କୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ନିଗମ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୋଭିଡ ୨୯କୁ ମୁକାବିଲା କରିବା ପାଇଁ ଜାନୁୟାରୀ ମାସରୁ […]

Breaking News

Most Read

Social media & sharing icons powered by UltimatelySocial